ଅଚଳ ହେବ ବୁର୍ଲା ମେଡିକାଲରେ ସ୍ୱାସ୍ଥ୍ୟ ସେବା : ସଂଘ ଭାଙ୍ଗିବା ନୋଟିସ ପ୍ରତିବାଦରେ ଜୁନିଅର ଡାକ୍ତରଙ୍କ କାମବନ୍ଦ ଆନ୍ଦୋଳନ

23

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ତେଜିଲା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ । ବୁର୍ଲା ମେଡିକାଲ କଲେଜ ଜୁନିଅର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଡାକରା । ଜୁନିଅର ଡାକ୍ତର ସଂଘ ଭାଙ୍ଗିବାକୁ କଲେଜ କର୍ତୃପକ୍ଷ ନିର୍ଦେଶ ଦେବା ପରେ ଏହି ଆନ୍ଦୋଳନ ଡାକରା ଦେଇଛି ସଂଘ । ଅଧ୍ୟକ୍ଷଙ୍କ ବଦଳି ଦାବି କରି ଜୁନିଅର ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି ସଂଘର ସଭାପତି ଶଙ୍କର ରାମଚନ୍ଦାନୀ ।