ବାଘୁଆଁ ଗାଁରେ ଦିନ ଦ୍ୱିପ୍ରହରରେ ବୁଲୁଛି ଦନ୍ତା : ଭୟରେ ପଡ଼ିଲା ତାଟି କବାଟ; ଘଉଡାଇବାକୁ ବନ ବିଭାଗ ଟିମ୍ ନାକେଦମ୍

127

କନକ ବ୍ୟୁରୋ : ଦିନ ଦ୍ୱିପହରରେ ଗାଁ ଭିତରେ ପଶିଲା ଦନ୍ତା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ । ଯାହା ଫଳରେ ଭୟରେ ଲୋକଙ୍କ ତାଟିକବାଟ ପଡିଯାଇଛି । ଆତଙ୍କିତ ଅବସ୍ଥାରେ ଲୋକମାନେ ଦିନ ବିତାଉଛନ୍ତି ।

ହଡଗଡ ହସ୍ତି ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ବାଘୁଆ ଗ୍ରାମ ମଧ୍ୟରେ ବୁଲୁଛି । ଖାଲି ଗୋଟିଏ ଗାଁ ନୁହେଁ ବରଂ ନୁଆଗାଁ , ଦନେଇପୁର ,ସୋସ, କାନପୁର ଗ୍ରାମବାସୀଙ୍କର ମଧ୍ୟ ଚିନ୍ତା ବଢଇଛି ଦନ୍ତା ହାତୀ । ଅନ୍ୟପଟେ ଘଟଣାସ୍ଥଳରେ ବନକର୍ମଚାରୀ ପହଞ୍ଚି ହାତୀ ଘଉଡେଇବାକୁ ଚେଷ୍ଠା କରିଥିଲେ ସୁଦ୍ଧା ହାତୀଟି ଗ୍ରାମରୁ ବାହାରକୁ ଯାଇନଥିଲା । ଆମ୍ବ ପଣସ ଖାଇବାକୁ ହାତୀ ଗୁଡିକ ପ୍ରତିବର୍ଷ ଜଙ୍ଗଲରୁ ଚାଲିଆସି ଗ୍ରାମବାସୀଙ୍କ ଧନଜୀବନ ହାନି ଘଟାଇଥାନ୍ତି ।