ମାଲକାନଗିରିରେ ପୁଷ୍ପା-ଟୁ ଟିମ୍ : ଜଙ୍ଗଲ ଘେରା ପାହାଡ଼ରେ ଆରମ୍ଭ ହେଲା ସୁଟିଂ; ଜୁଲାଇରେ ଆସିବେ ଅଲ୍ଲୁ ଅର୍ଜୁନ

225

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ଫିଲ୍ମ ପୁଷ୍ପା -୨ର ସୁଟିଂ । ମାଲକାନଗିରିରେ ଫିଲ୍ମର ପୁରା ଟିମ୍ ପହଞ୍ଚି ଏହି ସୁଟିଂ କରୁଛି । ମାଲକାନଗିରିର ଜଙ୍ଗଲ, ପାହାଡ ଇଲାକାରେ ଫିଲ୍ମର ସୁଟିଂ କରାଯାଉଛି । ନିର୍ଦ୍ଦେଶକ ସୁକୁମାର , ପୋଲାଣ୍ଡରୁ ଆସିଥିବା ଡିଓପି କୁବା ମିରେସଲୋ ଓ ଆସୋସିଏଟ ଡାଇରେକ୍ଟରଙ୍କ ସହ ୨୦ ଜଣିଆ ଟିମ୍ ମାଲକାନଗିରି ଆନ୍ଧ୍ର ସୀମାନ୍ତବର୍ତ୍ତୀ କାଲିମେଳା ଅଞ୍ଚଳରେ ସୁଟିଂ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗ୍ରାମବାସୀଙ୍କୁ ନେଇ ପାଣି ଭିତରେ ଚନ୍ଦନ କାଠ ନଦୀ ପାର କରାଇବାର ଏକ ସିନକୁ ରେକି କରିଛି ଟିମ୍ ।