କିଏ ହେବ ନୂଆ ଲୋକସଭାର ବାଚସ୍ପତି ? ରେସରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ।

758

କନକ ବ୍ୟୁରୋ: କେନ୍ଦ୍ରରେ ଦ୍ୱିତୀୟଥର ପାଇଁ କ୍ଷମତାକୁ ଫେରିଛି ଏନଡିଏ ସରକାର । ତେଣୁ ଆସନ୍ତା ୧୭ ତାରିଖରେ ନୂଆ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଆସନ୍ତା ୫ ବର୍ଷ ଲାଗି ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବାଚସ୍ପତି ପଦବୀ ପାଇଁ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ନାଁ ମଧ୍ୟ ଏହି ରେସରେ ରହିଛି ।

juel oram on bjdଅନ୍ୟପଟେ ଚଳିତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜେପି ସାଂସଦ ଜୁଏଲ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଜୁଏଲଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ଏହି ପଦବୀ ମିଳିପାରେ ବୋଲି ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା ଏବଂ ସେ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଦୀର୍ଘ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ମିଳିବା ନେଇ ଦଳୀୟ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ସେହିଭଳି ଜୁଏଲଙ୍କ ବାଦ୍ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଏସ୍.ଏସ୍. ଆଲୁଓ୍ବାଲିଆ, ରାଧାମୋହନ ସିଂ ଏବଂ ବୀରେନ୍ଦ୍ର କୁମାରଙ୍କୁ ବାଚସ୍ପତି ପଦବୀରେ ବସାଇବା ପାଇଁ ଭାଜପା ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।