ବିଜେଡିର ଉତ୍ସବ, ବିଜେପିର ପ୍ରତିବାଦ : ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ କରିବ ସତ୍ୟାଗ୍ରହ

93

କନକ ବ୍ୟୁରୋ : ବିଜୁ ଜନତା ଦଳକୁ ପୂରିଲା ୨୫ ବର୍ଷ । ଏହି ପରୀପ୍ରେକ୍ଷୀରେ ବିଜେଡି ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ପଡ଼ିଆ ଠାରେ ବିଜେଡି ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଉଛି । ବିଜେଡିକୁ କାଉଣ୍ଟର କରିବା ପାଇଁ ବିଜେପି ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଧାରଣା ଦେବ । ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଶାସକ ବିଜେଡି ଦ୍ୱାରା ରାଜନୀତିର ଅପରାଧୀକରଣ କରାଯିବାକୁ ବିଜେପି ବିରୋଧ କରିବା ସହ ଏହା ବିରୋଧରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି । ୨୩ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି ।

ସେଥିପାଇଁ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ଅଭିଯୋଗ କରିଛି ବିଜେଡି । ଏହାକୁ ବିରୋଧ କରି ବିଜେପି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ ପାଳନ କରିବ । ବିଜେପିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସାଧାରଣ ନାଗରିକଙ୍କୁ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେପଟେ ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ ।