୮ ଦିନ ପରେ ବି ମିଳୁନି ନିଖୋଜ ବିମାନର ପତା । ଜାରି ରହିଛି ସର୍ଚ୍ଚ ଅପରେସନ, ସାମିଲ ହେଲେ ୭ ପର୍ବତାରୋହୀ 

ଆଜକୁ ପ୍ରାୟ ୮ ଦିନ ବିତିଯାଇଥିଲେ ବି ବିମାନର କୌଣସି ଖୋଜ ଖବର ମିଳିପାରିନାହିଁ

658
ନିଖୋଜ ବିମାନର ମିଳୁନି ପତା । ଆଜକୁ ପ୍ରାୟ ୮ ଦିନ ବିତିଯାଇଥିଲେ ବି ବିମାନର କୌଣସି ଖୋଜ ଖବର ମିଳିପାରିନାହିଁ । ଆଜି ଅଷ୍ଟମ ଦିନରେ ଭାରତୀୟ ବାୟୁ ସେନାର ନିଖୋଜ ବିମାନ ଏଏନ୍-୩୨ର ସର୍ଚ୍ଚ ଅପରେସନ ଜାରି ରହିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ନିଖୋଜ ବିମାନକୁ ଖୋଜିବା ପାଇଁ ଖରାପ ପାଗ ଅଧିକାଂଶ ସମୟରେ ବାଧକ ସାଜୁଛି। ଏହି ସର୍ଚ୍ଚ ଅପରେସନରେ ନିକଟରେ ୭ ଜଣ ପର୍ବତ ଆରୋହୀ ସାମିଲ୍ ହୋଇଛନ୍ତି। ଏହି ସାତ ଜଣଙ୍କ ମଧ୍ୟରୁ ୨ ଜଣ ଏଭରେଷ୍ଟ ଆରୋହଣ କରିଛନ୍ତି ବୋଲି ସୂଚନା ରହିଛି।
ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲା ପ୍ରଶାସନ ନିଖୋଜ ବିମାନକୁ ଖୋଜିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ନିଖୋଜ ବିମାନର ପାଇଲଟ୍ ଓଡ଼ିଆଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ଆସିକା ସାଂସଦ ପ୍ରମିଳା ବିଶୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁନ୍ ୩ ତାରିଖରେ ୧୩ ଜଣ ଯାତ୍ରୀ ଥିବା ଏଏନ୍-୩୨ ବିମାନଟି ଅଚାନକ କୁଆଡ଼େ ନିଖୋଜ ହୋଇ ଯାଇଥିଲା। ରାଡର ଛବିରେ ବିମାନଟି ନଦିଶିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଯାଏ ନିଖୋଜ ବିମାନର କୌଣସି ପତା ମିଳିପାରି ନାହିଁ ।