ଜିଓ ଆଣିଲା ଏମିତି ଅଫର, ଏତେ ଟଙ୍କାରେ ରିଚାର୍ଜ କଲେ ମାଗଣା ମିଳିବ ଫୋନ

1,211

କନକ ବ୍ୟୁରୋ : ଦେଶର ସର୍ବ ବୃହତ ୪ଜି ଟେଲିକମ୍ କମ୍ପାନୀ ଜିଓ ସର୍ବଦା ତାର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଦେଇଥାଏ । କମ ଦାମରେ ପ୍ରିପେଡ ପ୍ଲାନ ଠାରୁ ଆରମ୍ଭ କରି ଦୀର୍ଘକାଳୀନ ଭେଲିଡିଟି ପ୍ଲାନରେ ସବୁଠୁ ଆଗରେ ଜିଓ । ଏବେ ଜିଓ ଏମିତି ଏକ ରିଚାର୍ଜ ପ୍ଲାନ ଆଣିଛି ଯାହା ମାଧ୍ୟମରେ ଆପଣ ରିଚାର୍ଜ କଲେ ଆପଣଙ୍କୁ ମାଗଣାରେ ଏକ ୪ଜି ଫୋନ ମିଳିବ । ଏହି ଅଫର କେବଳ ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ଆଣିଛି କମ୍ପାନୀ ।

ଯଦି ଆପଣଙ୍କୁ ସ୍ମାର୍ଟଫୋନ ସହିତ ଜଡିତ ଆବଶ୍ୟକତା କମ ରହିଛି, ତେବେ ଏହି ଅଫର ଆପଣଙ୍କ ପାଇଁ ବେଶ ଲାଭବାନ । ଏବେ ଜିଓ ତରଫରୁ ଏକ ଏଭଳି ପ୍ଲାନ ଅଣାଯାଇଛି କି, ଯାହାଦ୍ୱାରା ଆପଣ ଥରେ ରିଚାର୍ଜ କଲେ ୨ ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡ କଲିଂର ସୁବିଧା ପାଇବା ସହ ଏକ ଜିଓ ଫୋନ ମଧ୍ୟ ମାଗଣାରେ ପାଇପାରିବେ ।

ଏହି ଅଫର କ୍ରମରେ ଯଦି ଆପଣ ଜିଓ ଫୋନ ଉପଭୋକ୍ତା ତେବେ ଆପଣ ୧୯୯୯ ଟଙ୍କାରେ ରିଚାର୍ଜ କଲେ ଆପଣଙ୍କୁ ମାଗଣାରେ ଏକ ଜିଓ ଫୋନ ମିଳିବ । ଏହାସହ ଆପଣ ସେହି ୧୯୯୯ ଟଙ୍କାରେ ୨ ବର୍ଷ ପର୍ଯ୍ୟନ୍ତ ଅସିମୀତ ଭଏସ କଲ ବି କରିପାରିବେ । ହେଲେ ଏହି ରିଚାର୍ଜ ଉପରେ ଆପଣଙ୍କୁ କମ ଡାଟା ମିଳିବ । ଅର୍ଥାତ ଆପଣଙ୍କୁ ୨ ବର୍ଷରେ ମାତ୍ର ୪୮ ଜିବି ଡାଟା ମିଳିବ ।

ଅନ୍ୟପଟେ ଏହି ପ୍ଲାନରେ ଯଦି ଆପଣ ୧୪୯୯ ଟଙ୍କା ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ବର୍ଷ ପାଇଁ ଅସିମୀତ କଲର ସୁବିଧା ସହ ୨୪ ଜିବି ଡାଟା ମିଳିବ ।