ବିନା ଶିକ୍ଷକରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ: ଗାଁ ଠାରୁ ୩ କଲୋମିଟର ଦୂର ନିଆଳି ହାଇସ୍କୁଲକୁ ଯିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ 

97

କନକ ବ୍ୟୁରୋ: ସରକାରୀ ବିଦ୍ୟାଳୟରେ ବେସରକାରୀ ଶିକ୍ଷକଙ୍କ ମାଗଣା ଶିକ୍ଷାଦାନ । ସରକାରଙ୍କ ଭୁଲ ନିଷ୍ପତି ପାଇଁ ୫ଟି ଶ୍ରେଣୀର ପିଲା ଶିକ୍ଷାଦାନରୁ ବଚିଂତ ହୋଇଥିବା ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଅନୁଯାଇ ଗୋଟେ କିଲୋମିଟର ଭିତରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ବ୍ୟବସ୍ଥା ପିଲାଙ୍କ ପାଠପଢାରେ ବାଧକ ସାଜିଛି । ଘର ଠାରୁ ସ୍କୁଲ ଦୂରତା ୩ କିଲୋମିଟରରୁ ଅଧିକ ହେଉଥିବାରୁ ସ୍କୁଲକୁ ଯାଉନାହାନ୍ତି ଛାତ୍ରଛାତ୍ରୀ । ଏବେ ବି ପୁରୁଣା ସ୍କୁଲରେ ପାଠ ପଢୁଛନ୍ତି । ଆଉ ସରକାରୀ ସ୍କୁଲରେ ବେସରକାରୀ ଶିକ୍ଷକମାନେ ମାଗଣାରେ ଶିକ୍ଷାଦାନ କରୁଛନ୍ତି ।

ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶୁନ । ବିଦ୍ୟାଳୟ ଅଛି ବିଦ୍ୟାର୍ଥୀ ବି ଅଛନ୍ତି । ହେଲେ ଶିକ୍ଷକ ନାହାନ୍ତି । ବେଶ କିଛିଦିନ ହେଲାଣି ବିଦ୍ୟାଳୟକୁ ଶିକ୍ଷକ କି ଶିକ୍ଷତ୍ରୀ ଆସୁନଥିବାରୁ ଛାତ୍ରଛାତ୍ରୀମାନେ କେବଳ ବସି ବସି ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି । ସରକାରୀ ଶିକ୍ଷକ ଆସୁନଥିବାରୁ ଗ୍ରାମବାସୀଙ୍କ ଉଦ୍ୟମରେ ଯାହା ଯେତିକି ପାଠପଢା ହେଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ବାଜିରେ ଲାଗିଛି । କଟକ ନିଆଳି ବ୍ଲକ ଦୀନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି ଅଭାବନୀୟ ଚିତ୍ର ।

୧୯୨୭ ମସିହାରୁ ସ୍ଥାପିତ ଏହି ସ୍କୁଲରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରିଦିଆଯାଇଛି । ସ୍କୁଲ ଠାରୁ ୨ କିଲୋମିଟର ଦୂରରେ ଥିବା ନିଆଳି ହାଇସ୍କୁଲରେ ଦୀନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇଛି । ଯାହା ପିଲାଙ୍କ ଘର ଠାରୁ ପ୍ରାୟ ୩ କିଲୋମିଟର ଦୂର । ତେଣୁ ପିଲାମାନେ ନୂଆ ସ୍କୁଲକୁ ନଯାଇ ଏହି ପୁରୁଣା ସ୍କୁଲରେ ପାଠ ପଢୁଛନ୍ତି । ୩୬ଜଣ ଛାତ୍ରଛାତ୍ରୀଙ୍କୁ ପୂର୍ବତନ ସରପଂଚ ଓ ଦୁଇ ଜଣ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପାଳି କରି ପାଠ ପଢାଉଛନ୍ତି । ଏବଂ ଗୋଟିଏ ଶ୍ରେଣୀ ଗୂହରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ବସି  ପାଠ ପଢୁଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ବିଦ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୁରରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ରହିଥିଲେ ବି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରୁ ଠେଲି ଦେଇ ଚୁପ ବସିଛନ୍ତି ସକରାରୀ ବାବୁ । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିମା ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ବି ସେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ଅନିଛା ପ୍ରକାଶ କରିଛନ୍ତି ।