ଭୋଟ ଦେଉଛି ଝାରସୁଗୁଡ଼ା : ଅସହ୍ୟ ତାତି ଭିତରେ ମତଦାନ ପାଇଁ ଉତ୍ସାହ; ଦିନ ୧ଟା ସୁଦ୍ଧା ୪୧.୨୬% ଭୋଟିଂ

314

କନକ ବ୍ୟୁରୋ : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ଦଦିନ ୧ଟା ସୁଦ୍ଧା ୪୧ ଦଶମିକ ୨୬ ପ୍ରତିଶତ ଭୋଟିଂ ହୋଇଛି । ମକ ପୋଲ ସମୟରେ ୧୬ଟି ବୁଥରେ ଇଭିଏମରେ ତ୍ରୁଟି ଆସିଥିଲା । ଏବଂ ୯ଟାରୁ ୧୧ଟା ଭିତରେ ୬୨ ନମ୍ବର ଓ ୧୨୮ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ହୋଇଥିଲା ।

ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସରବାହାଲ ୩୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି ଦୀପାଳି । ମତଦାନ ପରେ ଦୀପାଳି ପ୍ରତିକ୍ରିୟା ରଖି କହିଛନ୍ତି ବହୁତ ଭୋଟ ବ୍ୟବଧାନରେ ଜିତିବ ବିଜେଡି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଛନ୍ତି । ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ଭୋଟ ଦେଇଛନ୍ତି ।

ଭୋଟ ବେଳେ ବିଭ୍ରାଟ । ମନମୋହନ ବିଦ୍ୟାଳୟ ୫୯ ନମ୍ବର ବୁଥରେ ଭୁଲ ଏଜେଂଟକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ମତଦାନ ବାଧା ପ୍ରାପ୍ତ ହୋଇଥିଲା । ଏବେ ବୁଥରେ ସ୍ୱାଭାବିକ ଚାଲିଛି ମତଦାନ । ସେପଟେ ୱାର୍ଡ ନମ୍ବର ୧୭ରେ ୫୦ରୁ ଉଦ୍ଧ୍ୱର୍ ଭୋଟରଙ୍କ ନାଁ ଭୋଟ୍ ଲିଷ୍ଟରେ ନଥିବାରୁ ଭୋଟ୍ ଦେଇପାରିନଥିବା ଅଭିଯୋଗ ହୋଇଛି ।

ଝାରସୁଗୁଡା ଉପନିର୍ବାଚନ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ଏହି ଉପ ନିର୍ବାଚନରେ ବିଜେଡି ବିପୁଳ ସଂଖ୍ୟାରେ ବାଜିମାତ କରିବ । ଅତୀତର ସବୁ ରେକର୍ଡ ଭାଙ୍ଗିବା ସହ ରେକର୍ଡ ସଂଖ୍ୟାରେ ବିଜୟୀ ହେବ ବୋଲି କହିଛି ବିଜେଡି । ଏହି ଉପନିର୍ବାଚନ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ତେବେ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହ ନିଶ୍ଚିତ ଭ।।ବରେ ଏହି ନିର୍ବାଚନରେ ପ୍ରତିଫଳନ ହେବା ସହ ଦଳ ସବୁ ରେକର୍ଡ ଭାଙ୍ଗିବ ବୋଲି ପ୍ରତିକ୍ରିୟା ରଖିଛି ବିଜେଡି ।