ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ : ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର, କାରଣ ଅସ୍ପଷ୍ଟ

410

କନକ ବ୍ୟୁରୋ : ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ଝାରସୁଗୁଡା ହସ୍ପିଟାଲର ଜଣେ ରୋଗୀ ୪ ମହଲା ଉପରକୁ ଚଢିଯାଇଥିଲେ । ପରେ ଝରକାର ତାଜା ଉପରକୁ ଉଠିଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ରୋଗୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିିଥିଲେ ତାହା ଜଣାପଡି ନାହିଁ ।