ରାଜ୍ୟରେ ଅଛନ୍ତି ୨୮ ମହାବଳ ଓ ୭୬୦ କଲରା ପତରିଆ ବାଘ । ୧୦ ବର୍ଷରେ ଶିକାରୀଙ୍କ ଦ୍ୱାରା ମରିଛନ୍ତି ୩ ମହାବଳ ବାଘ ।

158

କନକ ବ୍ୟୁରୋ : ରାଜ୍ୟରେ ଅଛନ୍ତି ୨୮ଟି ମହାବଳ ଓ ୭୬୦ଟି କଲରା ପତରିଆ ବାଘ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି, କେତେ ସଂଖ୍ୟକ ବାଘ ଗତ ୧୦ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତୋଟି ବାଘ ଶିକାରୀଙ୍କ ଶିକାର ହୋଇଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଛନ୍ତି, ୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରାପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀ ଦ୍ଵାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ ଟି କଲରାପତରିଆ ବାଘ ମରିଥିବା ବେଳେ ୨୬ ଟି ର ଶିକାରୀ ଦ୍ଵାରା ମୃତ୍ୟୁ ଘଟିଛି।

ଏହାଛଡା ବ୍ୟାଘ୍ରଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାର୍ଡ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।