ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ଓ ସମ୍ବଲପୁର; ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ ତାପମାତ୍ରା

243

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ ତାପମାତ୍ରା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ଓ ସମ୍ବଲପୁର । ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୪୨.୪ ଡିଗ୍ରୀ, ଭୁବନେଶ୍ୱର ୪୧.୮ ଡିଗ୍ରୀ, ଚାନ୍ଦବାଲି  ୩୯.୨ ଡ଼ିଗ୍ରୀ, କେନ୍ଦୁଝର ୩୯ ଡ଼ିଗ୍ରୀ, ପୁରୀ ୩୬.୮ ଡ଼ିଗ୍ରୀ,  ବାଲେଶ୍ୱର ୩୬.୨ ଡ଼ିଗ୍ରୀ,  ଗୋପାଳପୁର ୩୬ ଡ଼ିଗ୍ରୀ, ପାରାଦୀପ ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଆଗାମୀ ୩ଦିନ ଅର୍ଥାତ ୧୪ ତାରିଖ ଯାଏଁ ତାତିରେ ସିଝିବ ଓଡିଶା । ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୋନପୁର, ବଲାଙ୍ଗୀର, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, କନ୍ଧମାଳ, ବରଗଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ଅନ୍ୟପଟେ ପ୍ରାକ ମୌସୁମୀବର୍ଷାରର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ ମାସରେ ଅଧିକ ରହିଛି ।