ଝାଡ଼ଖଣ୍ଡ ସରକାରଙ୍କୁ ଘୋଡା ବେପାର ଭୟ। ରାଞ୍ଚିରୁ ରାୟପୁର ଗଲେ ମେଣ୍ଟ ସରକାରର ବିଧାୟକ।

96

କନକ ବ୍ୟୁରୋ: ବିଧାୟକଙ୍କୁ ନେଇ ଛତିଶଗଡ ଯାଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମଙ୍ଗଳବାର ମେଣ୍ଟ ସରକାରର ବିଧାୟକଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ପରେ ମୁଖ୍ୟମନ୍ତ୍ରୀ ଆବାସରୁ ବସ ଯୋଗେ ସିଧା ରାଞ୍ଚି ବିମାନବନ୍ଦରରେ ପହଁଚିଛନ୍ତି ମେଣ୍ଟ ସରକାରର ୪୦ ବିଧାୟକ । ସ୍ୱତନ୍ତ୍ର ବିମାନବନ୍ଦର ଯୋଗେ ବିଧାୟକମାନେ ଛତିଶଗଡ ରାୟପୁରକୁ ଯାଉଥିବା ସୂଚନା ରହିଛି । ଘୋଡା ବେପାର ଭୟରେ ମେଣ୍ଟ ଦଳ ଚିନ୍ତାରେ ରହିଛି । ବିଜେପିର ଅପରେସନ ଲୋଟୋସ ଭୟରେ ବିଧାୟକଙ୍କୁ ନେଇ ରାଞ୍ଚିରୁ ରାୟପୁର ଯାଇଛନ୍ତି ସୋରେନ । ଏନେଇ ରାଞ୍ଚି ବିମାନବନ୍ଦରରେ ଚଳଚଞ୍ଚଳ ଦେଖାଦେଇଛି । ୩ଟି ବସରେ ବିଧାୟକମାନେ ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଞ୍ଚିର ମେ ଫେୟାର ରିର୍ସୋଟ ୨ଦିନ ପାଇ ବୁକ କରାଯାଇଛି । ରାୟପୁର ଯାଉଥିବା ବିଧାୟକଙ୍କ ଭିତରେ କଂଗ୍ରେସରେ ୧୨, ଜେଏମଏମର ୧୯, ଆରଜେଡିର ଜଣେ ବିଧାୟକ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ସୋରେନ ବେଆଇନ ଖଣି ଖନନ ମାମଲାରେ ଅଫିସ ପ୍ରଫିଟ ଅଭିଯୋଗରେ ଫଶିଛନ୍ତି । ନିର୍ବାଚନ କମିଶନ ତାଙ୍କ ବିଧାୟକ ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ଏହା ଭିତରେ ସୋରେନଙ୍କମୁଣ୍ଡରେ ଝୁଲୁୁଝି ସଙ୍କର ଖଣ୍ଡା । ସେପଟେ ମୁଖ୍ୟମନ୍ତ୍ରୀ ସୋରେନ ଝାଡ଼ଖଣ୍ଡରେ ବର୍ତମାନ ଚାଲିଥିବା ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସୋରେନ କହିଛନ୍ତି ଆଗକୁ କିଛି ବି ଖରାପ ହେବନି । ସବୁ ପରିସ୍ଥିତିକୁ ସାମ୍ନା କରିବାବା ସରକାର ରାଜି ଅଛ୍ନ୍ତି । ଝାଡଖଣ୍ଡରେ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ହୋଇଛି । ଉଚିତ ସମୟରେ ଷଡଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ ।