ଝାଡଖଣ୍ଡରେ ବ୍ରାଣ୍ଡ ମୋଦିର ଆଜି ବଡ ଅଗ୍ନିପରୀକ୍ଷା : ବିଧାନସଭା ଭୋଟ ଗଣତିରେ ବହୁମତ ଆଡକୁ ଜେଏମଏମ –କଂଗ୍ରେସ-ଆରଜେଡ଼ି ମେଂଟ, ପଛରେ ପଡିଲା ବିଜେପି

202

କନକ ବ୍ୟୁରୋ : ଝାଡ଼ଖଣ୍ଡର ନିର୍ବାଚନୀ ଫଳାଫଳ ନେଇ ଆକଳନ ଆରମ୍ଭ ହୋଇଯାଇଛି । ଆଦିବାସୀବହୁଳ ରାଜ୍ୟରେ କିଏ ପିନ୍ଧିବ ବିଜୟ ଟୀକା । କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଚିତ୍ର । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ବିଧାନସଭା ଭୋଟ ଗଣତିରେ ବହୁମତ ଆଡକୁ ବଢ଼ୁଛି କଂଗ୍ରେସ- ଜେଏମ୍ଏମ୍- ଆରଜେଡି ମେଂଟ । ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡକୁ ଦେଖିଲେ ଜଣାପଡ଼ୁଛି ବିଜେପି ଶାସିତ ଝାଡ଼ଖଣ୍ଡ ମଧ୍ୟ ବିଜେପି ହାତରୁ ଚାଲିଯାଇପାରେ ।

୮୧ ସିଟ୍  ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ୟ୍ୟାୟରେ ମତଦାନ ହୋଇଛି ।  ମ୍ୟାଜିକ୍ ନମ୍ବର ୪୨ ହୋଇଥିବା ବେଳେ ମେଣ୍ଟ ସରକାର ଗଠନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି । ଏମିତି ହେଲେ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ତାଲିକାରେ ଝାଡ଼ଖଣ୍ଡ ମଧ୍ୟ ସାମିଲ ହୋଇଯିବ ।

ସୂଚନାଯୋଗ୍ୟ ଏକଜିଟ ପୋଲରେ ଝାଡଖଣ୍ଡରେ ବିଜେପି ହାରିପାରେ ବୋଲି ଆକଳନ କରାଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଫଳାଫଳ କହୁଛି, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର କଂଗ୍ରେସ- ଜେଏମ୍‌ଏମ୍‌- ଆରଜେଡି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିବେ।