୩ ବର୍ଷ ନୌସେନାରେ ଚାକିରି, ହାତ ତିଆରି ବନ୍ଧୁକରେ ମାରିଲା ଗୁଳି । ଜାଣନ୍ତୁ ଶିଞ୍ଜୋ ଆବେଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ବାବଦରେ

2,376

କନକ ବ୍ୟୁରୋ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳି କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଜଣେ ପୂର୍ବତନ ସେନା ଅଧିକାରୀ । ସେ ନୌସେନାରେ ୩ ବର୍ଷ କାର୍ଯ୍ୟ କରି ଅବସର ନେଇଛନ୍ତି । ଟେଟସୁୟୋ ୟମାଗାମୀ ନାମକ ଏହି ଅଭିଯୁକ୍ତ ଜଣଙ୍କ ଶିଞ୍ଜୋ ଆବେଙ୍କୁ ଗୁଳି କରିବାକୁ ପୂର୍ବରୁ ଯୋଜନା କରିଥିଲା । ଏହି ଗୁଳିକାଣ୍ଡରେ ଅଭିଯୁକ୍ତ ଜଣଙ୍କ ଏକ ହାତ ତିଆରି ବନ୍ଧୁକ ବ୍ୟବହାର କରିଥିବା କଥା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ।

ଶିଞ୍ଜୋ ଆବେ ନାରା ସହରରେ ଏକ ଜନସଭାକୁ ଉଦବୋଧନ ଦେଉଥିବା ବେଳେ ୟମାଗାମୀ ହଠାତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଶିଞ୍ଜୋ ଆବେ ସେହିଠାରେ ଟଳିପଡିଥିଲେ ଓ ତାଙ୍କ ଛାତିରୁ ରକ୍ତ ବହୁଥିବାର ଦେଖିବାକୁ ମିଳିଥିଲା ।

ଜାପାନୀ ସମାଚାର ଏଜେନ୍ସି ଏନଏଚକେର ସୂଚନା ମୁତାବକ ୟାମାଗାମୀ ୨୦୦୫ ପର୍ଯ୍ୟନ୍ତ ଜାପାନ ନୌସେନାରେ ଚାକିରି କରୁଥିଲେ । ହେଲେ ସେ ୨୦୦୫ ପରେ କାହିଁକି ଶିଞ୍ଜୋ ଆବେଙ୍କୁ ବିରୋଧ କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଗୁଳିମାରିବା ପରେ ତୁରନ୍ତ ସେଠାରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ । ଏବେ ତାଙ୍କୁ ହାଜତକୁ ନେଇ ହତ୍ୟା ପଛର କାରଣ ଖୋଜୁଛି ଜାପାନ ପୋଲିସ ।