ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାକୁ ପାଛୋଟି ନେଲ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

240

କନକ ବ୍ୟୁରୋ : ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ତାପରେ ରାଜ୍ୟ ଅତିଥିଭବନରେ ବି ଅଭିନନ୍ଦନ । ବିଧାନସଭାକୁ ପାଛୋଟି ନେଲ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବଧାୟକ ଓ ସାଂସଦଙ୍କୁ ଭେଟି ସମର୍ଥନ ଲୋଡିଲେ ।

ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ, ଏନଡିଏର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ସାମୁଖ୍ୟରେ ବିଜେଡି ନାହିଁ । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ବିଜେଡି ଘୋଷଣା କରିସାରିଛି । ଦ୍ରୌପଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ଖୋଲାଖୋଲି କହିଛି କଂଗ୍ରେସ ।

ଗୋଟିଏ ପଟେ ଦ୍ରୌପଦୀଙ୍କ ବିଜୟ ପାଇଁ ପଥ ସୁଗମ ହେଉଥିବାବେଳେ, ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନା ବିଭିନ୍ନ ରାଜ୍ୟ ଗସ୍ତକୁ ବାତିଲ କରି ଚାଲିଛନ୍ତି । ଏପରିକି ଯଶୋବନ୍ତଙ୍କୁ ପ୍ରାର୍ଥୀ କରିଥିବା ମମତା ବାନାର୍ଜୀ ମଧ୍ୟ ଆଉ ସାମନାକୁ ଆସୁନାହାଁନ୍ତି । ବିରୋଧୀ ଦଳର ପ୍ରମୁଖ ସହଯୋଗୀ ହୋଇଥିଲେ ବି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାହାକୁ ସମର୍ଥନ କରିବ ସେ କାର୍ଡ ଖୋଲି ନାହିଁ । ବିରୋଧୀଙ୍କ ଏହି ଦ୍ୱନ୍ଦ୍ୱ ଦ୍ରୌପଦୀଙ୍କ ପାଇଁ ବିଜୟର ପଥକୁ ଆହୁରି ସୁଗମ କରି ଚାଲିଛି ।