ଚାନ୍ଦକୁ ବୁଲେଟ୍ ଟ୍ରେନ ଗଡାଇବାକୁ ପ୍ରସ୍ତୁତି! କେଉଁ ଦେଶ କରୁଛି ପ୍ରସ୍ତୁତି ପଢନ୍ତୁ …

396

କନକ ବ୍ୟୁରୋ: ଜାପାନ ନିଜର ଜ୍ଞାନକୌଶଳ ବଳରେ ଏଭଳି କାମ କରିବାକୁ ଯାଉଛି ଯାହା ସମସ୍ତଙ୍କ କଲ୍ପନାର ବାହାରେ । ଜାପାନ ଆଗାମୀ ଦିନରେ ଯୋଜନା କରିଛି ଯେ, କେଉଁଭଳି ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ ଚଲାଯିବ । କେବଳ ଏତିକି ନୁହେଁ ଯଦି ଏଥିରେ ଜାପାନ ସଫଳତା ହାସଲ କରିବ ତେବେ ମଙ୍ଗଳ ଗ୍ରହକୁ ମଧ୍ୟ ବୁଲେଟ୍ ଟ୍ରେନ୍ ଚଲାଇବାକୁ ପ୍ରସ୍ତୁତି ଆରମ୍ଭ ହେବ ।

ସବୁଠାରୁ ବଡ କଥା ଯେଉଁଠାରେ ଆମେରିକା ପୁଣିଥରେ ଚନ୍ଦ୍ରକୁ ଯିବା ପାଇଁ, ଚୀନ ମଙ୍ଗଳ ଗ୍ରହରେ ଜୀବସତ୍ତା ଖୋଜିବାକୁ ଚିନ୍ତା କରୁଛି ସେଠି ଜାପାନ ବର୍ତ୍ତମାନ ବୁଲେଟ ଟ୍ରେନ ଚଲାଇବାକୁ ଲକ୍ଷ୍ୟ ରଖିଛି । କେବଳ ଏତିକି ନୁହେଁ ଚୀନ ସହ ଋଷ ମିଳିତ ମିଶନ ପ୍ରସ୍ତୁତି କରୁଥିବା ବେଳେ ଜାପାନ ଏଭଳି ଚିନ୍ତା କରିବା ସହ ପ୍ରସ୍ତୁତି କରୁଛି ।

ଅର୍ନ୍ତଜାତୀୟ ଖବର ମୁତାବକ, ଜାପାନ ମଙ୍ଗଳ ଗ୍ରହରେ ଗ୍ଲାସ ହେବିଟାଟ୍ ନିର୍ମାଣ ପାଇଁ ପ୍ରସ୍ତୁତି କରିଛି । ଗ୍ଲାସ ହାବିଟାଟ୍ ଅର୍ଥାତ ଜଣେ ମଣିଷ ଗୋଟିଏ ଆର୍ଟିଫିସିଆଲ ହାବିଟଟ୍ରେ ରହିବ, ଯାହାର ବାତାବରଣ ପୃଥିବୀ ଭଳି ହୋଇଥିବ । ସାଧାରଣତଃ କମ ମାଧ୍ୟକର୍ଷଣ ଥିବା ସ୍ଥାନରେ ମାଂସପେଶୀ ଏବଂ ହାଡ କମଜୋର ହୋଇଯାଇଥାଏ । ଏଥିପାଇଁ ଆର୍ଟିଫିସିଆଲ ସ୍ପେସ ହେବିଟାଟ୍ ଏଭଳି ତିଆରି ହେବ ଯେଉଁଠାରେ ଏତେ ମାଧ୍ୟାକର୍ଷଣ ଏବଂ ଏଭଳି ବାୟୁମଣ୍ଡଳ ହେବ ଯେଉଁଠାରେ ମଣିଷର ମାଂସପେଶୀ ଏବଂ ହାଡ କମଜୋର ହେବ ।

ଜାପାନ ଯଦି ଏହି ଯୋଜନାରେ ଯଦି ସଫଳ ହୁଏ ତେବେ ମଣିଷ ପାଇଁ ଆଉ ଏକ ଗ୍ରହରେ ରହିବା ପାଇଁ ବାଟ ଖୋଲିଯିବ । ସୂଚନା ଅନୁସାରେ, ଗ୍ଲାସ ହାବିଟାଟର ବାହାରର ଜୀବନ ଲୋକଙ୍କ ପାଇଁ କଷ୍ଟ । ଏହାଠାରୁ ବାହାରକୁ ଯିବା ପାଇଁ ଲୋକଙ୍କୁ ସ୍ପେସସୁଟ୍ ପିନ୍ଧିବାକୁ ପଡିବ । ମଙ୍ଗଳ ଗ୍ରହରେ ଜୀବନଯାପନର କଳ୍ପନା କରିବା ବର୍ତ୍ତମାନ କଠିନ । ବୈଜ୍ଞାନିକଙ୍କ କହିବା କଥା ଏକବିଂଶ ଶତାବ୍ଦୀର ଦ୍ୱିତୀୟ ପଟେ ମଣିଷ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ରହିବା ପାଇଁ ସକ୍ଷମ ହେବେ । ୨୦୫୦ ପର୍ଯ୍ୟନ୍ତ ଏହାର ପ୍ରଟୋଟାଇପ ନିର୍ମାଣ ହେବା ସହ ପୂର୍ଣ୍ଣ ରୂପ ପାଇବା ପାଇଁ ଆଉ ଏକ ଶତାବ୍ଦୀ ସମୟ ଲାଗିପାରେ ।

କ୍ୱୋଟୋ ବିଶ୍ୱବିଦ୍ୟାଳୟ ଏବଂ କାଜିମା କନଷ୍ଟ୍ରକସନ ମିଳିତ ଭାବେ ସ୍ପେସ୍ ଏକ୍ସପ୍ରେସ୍ ନାମରେ ବୁଲେଟ ଟ୍ରେନ ଉପରେ କାମ ଜାରିରଖିଛନ୍ତି । ଏହି ଟ୍ରେନ ପୃଥିବୀରୁ ଚନ୍ଦ୍ର ଏବଂ ମଙ୍ଗଳକୁ ଚାଲିବ । ଏହା ଇଣ୍ଟରପ୍ଲାନେଟୋରୀ ଟ୍ରାନସପୋର୍ଟଟେସନ ସିଷ୍ଟମ, ଯାହାକୁ ହେକ୍ସାଟ୍ରେକ ନାମରେ ଜଣାଯାଇଛି ।