ଆପଣ ଜନଧନ ଯୋଜନାରେ ସାମିଲ ଅଛନ୍ତି କି ? ତେବେ ଆପଣଙ୍କୁ ଆସନ୍ତାକାଲିଠାରୁ ମିଳିପାରେ ଫାଇଦା !
କନକ ବ୍ୟୁରୋ : ଆଗାମୀ ସ୍ଧାରଣ ନିର୍ବାଚନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷମ କରିବାରେ ବ୍ୟସ୍ତ । ତେବେ ଆଗାମୀ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ମୋଦୀ ଦେଶବାସୀଙ୍କ ପାଇଁ କିଛି ସ୍ୱତନ୍ତ୍ର ଘୋଷଣା କରିପାରନ୍ତି। ପାଖାପାଖି ୩୨ କୋଟି ଜନ ଧନ ଖାତାଧାରୀଙ୍କୁ ଫାଇଦା ଦେବା ଲାଗି ମଧ୍ୟ ମୋଦୀ କିଛି ବଡ଼ ଘୋଷଣା କରିବେ ବୋଲି ଆଶା ରହିଛି। ଜନ ଧନ ଆକାଉଣ୍ଟ କ୍ଷେତ୍ରରେ ସରକାର ଉଭରଡ୍ରାଫ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯେଉଁଥିରେ ଲୋକମାନେ ନିଜ ଆକାଉଣ୍ଟରୁ ୫,୦୦୦ ଟଙ୍କା ଉଠାଣ ସୁବିଧା ପାଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସୀମାକୁ ଦୁଇଗୁଣ କରାଯାଇ ୧୦,୦୦୦ ଟଙ୍କା କରାଯିବ। ଏହାଛଡ଼ା ମୋଦୀ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ବୀମା ସ୍କିମ୍ ଭଳି ଯୋଜନା ଘୋଷଣା କରାଯାଇପାରେ। ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ୫୪ ମିନିଟର ଉଦବୋଧନ ଦେଇଥିଲେ ଦେଇଥିଲେ। ୨୦୧୪ରେ ମୋଦୀ ୬୫ ମିନିଟର ଭାଷଣ ଦେଇଥିଲା ବେଳେ ୨୦୧୫ରେ ୮୬ ମିନିଟ୍ ଏବଂ ୨୦୧୬ରେ ୯୪ ମିନିଟ୍ ଭାଷଣ ଦେଇଥିଲେ । ତେବେ ଆମ ରାଜ୍ୟ ଓଡିଶାରେ ମଧ୍ୟ ଆସନ୍ତାକାଲିଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବାକପ ଯାଉଛି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅତିଥିମାନେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଜିଲ୍ଲାପାଲମାନଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି ।