ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟ ଲୋକେ ମଧ୍ୟ ଏଠାରେ ଦେଇପାରିବେ ଭୋଟ । ନିର୍ବାଚନ କମିଶନଙ୍କ ବଡ ଘୋଷଣା

101

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ହୋଇପାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ । ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ ।କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ ।
ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୨୫ ଲକ୍ଷ ନୂଆଁ ଭୋଟରଙ୍କ ନାଁ ସାମିଲ ହେବାର ସମ୍ଭାବନା ରହିଛି । ଏଠାରେ ରହୁଥିବା ଅନ୍ୟ ରାଜ୍ୟର କର୍ମଚାରୀ ହୁଅନ୍ତୁ ଅବା ଛାତ୍ର, ଶ୍ରମିକ ଯେ କେହି ବି ଏଠାରେ ନିଜର ଭୋଟର ଲିଷ୍ଟ କରି ଭୋଟ ଦେଇପାରିବେ ।