ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ

162

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ବିବାଦରେ ଘେରି ହୋଇଛନ୍ତି । ଏଭଳି ସ୍ଥିତିରେ ମହୁଆ ଓ ତାଙ୍କ ବନ୍ଧୁ ତଥା ସୁପ୍ରିମ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀଙ୍କ ମଧ୍ୟରେ ପୋଷା କୁକୁରକୁ ନେଇ ବିବାଦ ଦେଖାଦେଇଛି ।

ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀ ଅଭିଯୋଗ କରିଛନ୍ତି ଯେ, ହେନେରୀ ବଦଳରେ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ସିବିଆଇକୁ ଦିଆଯାଇଥିବା ଅଭିଯୋଗ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଲେଖାଯାଇଥିବା ଚିଠିକୁ ଫେରାଇଆଣିବାକୁ ଚାପ ପଡୁଛି । ହେଲେ ସେ ଏଥିପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି । ଏକଥା ଜୟ ଅନନ୍ତ ଟ୍ୱିଟ୍ କରି ଲେଖିଛନ୍ତି ।

ହେନରୀ କିଏ?
ହେନରୀ ହେଉଛି ଜୟ ଅନନ୍ତଙ୍କର ପୋଷା କୁକୁର, ଯାହାକୁ ମହୁଆ ମୋଇତ୍ରା ନିଜ ପାଖରେ ରଖିଛନ୍ତି । ଏହାକୁ ଫେରାଇବାକୁ କ୍ୱେଶ୍ଚିନ୍ ପ୍ରସଙ୍ଗକୁ ଢାଲ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟ ଅନନ୍ତ ।