ମୁସଲିମ ବାବା ଗାଇଲେ ଜଗନ୍ନାଥ ଭଜନ । ଖାଲି ଜଗନ୍ନାଥଙ୍କର ନୁହେଁ ଶିବଙ୍କ ଭଜନ ମଧ୍ୟ ଗାଉଛନ୍ତି ମହମ୍ମଦ

298

କନକ ବ୍ୟୁରୋ : ମୁସଲିମ ବାବା ଗାଇଲେ ଜଗନ୍ନାଥ ଭଜନ । ସୁନ୍ଦରଗଡ ଜିଲ୍ଲା କନିକାରେ ଦେଖିବାକୁ ମିଳିଛି ଏହି ଚିତ୍ର । ରଥଯାତ୍ରା ସମୟରେ ରଥ ସାମ୍ନାରେ ରହି ଜଗନ୍ନାଥଙ୍କ ଭଜନ ଗାଉଛନ୍ତି ବାବା । ଖାଲି ଜଗନ୍ନାଥଙ୍କର ନୁହେଁ ଶିବଙ୍କ ଭଜନ ମଧ୍ୟ ଗାଉଛନ୍ତି ମହମ୍ମଦ ଦାଉଦ୍ ଓରଫ୍ ମସ୍ତାନା ବାବା ।
ଘର ମଧ୍ୟପ୍ରଦେଶର ବାଲାଘାଟ । ହେଲେ କନିକାରେ ପୀର ବାବାଙ୍କ ମସଜିଦ ଥିବାରୁ ତାଙ୍କ ଭକ୍ତିରେ ଏଠାକୁ ଚାଲିଆସନ୍ତି । ମସ୍ତାନା ବାବାଙ୍କ କହିବା ଅନୁଯାୟୀ ହିନ୍ଦୁ , ମୁସଲିମ୍, ଶିଖ୍, ଇସାଇ ସବୁ ଧର୍ମ ସମାନ । ଆଉ ସବକା ମାଲିକ ମଧ୍ୟ ଗୋଟିଏ ପରଂବ୍ରହ୍ମ । ସେ ଅମରନାଥ, ପଶୁପତିନାଥ ଠାରୁ ଆରମ୍ଭ କରି ବିଭିନ୍ନ ହିନ୍ଦୁ ମନ୍ଦିର ତୀର୍ଥ କରି ଆସିଛନ୍ତି । ସେ ଆଲ୍ଲାଙ୍କୁ ବି ମାନନ୍ତି ଏବଂ ଭଗବାନଙ୍କୁ ବି । ଧର୍ମ କୁ ନେଇ ଦେଶକୁ ଅଶାନ୍ତ ନକରି ଭାଇଚାରାର କଥାରେ ସେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି ।