ଜଗମୋହନ ମରାମତି ପ୍ରସଙ୍ଗ ! ଶ୍ରୀମନ୍ଦିର କୋର କମିଟି ପକ୍ଷରୁ ଯାଂଚ କରାଯାଇଛି

23

କନକ ବ୍ୟୁରୋ: ଜଗମୋହନ ମରାମତି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର କୋର କମିଟି ପକ୍ଷରୁ ଯାଂଚ କରାଯାଇଛି । ଜଗମୋହନର ସ୍ଥାୟୀ ମରାମତିକୁ ନେଇ ପୋର୍ଟ୍ରାଲ ଫ୍ରେମ ସ୍ଥାପନ କାର୍ଯ୍ୟ ଡିଜାଇନ୍ ଅନୁଯାୟୀ ଚାଲିଛି । ଅନ୍ୟପଟେ ଦିଲ୍ଲୀପ କନଷ୍ଟ୍ରକସନ୍ ମେ ୨୭ସୁଦ୍ଧା ପୋର୍ଟାଲ ଫ୍ରେମ ସ୍ଥାପନ କାଯ୍ୟ ଶେଷ କରିବ ବୋଲି କହିଛି ।

ସେପଟେ ଏଏସଆଇ ପକ୍ଷରୁ ଜୁନ୍ ୨ସୁଦ୍ଧା ସମ୍ପୂର୍ଣ୍ଣ ଜଗମୋହନ ମରାମତି ସାରିବାକୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ତେବେ ଜଗମୋହନ ଛାତର ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି କୋର କମିଟି । ଏଏସଆଇ ସୁପରିଟେଣ୍ଡେଟ୍ ଆର୍କିଓଲୋଜିଷ୍ଟ, ବରିଷ୍ଠ ଏଏସଆଇ ଅଧିକାରୀ ପୂର୍ତ ବିଭାଗ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଯାଂଚ ପରେ ବିଭିନ୍ନ ବିଷୟ ଦେଲେ ଆଲୋଚନା ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –