କାହାକୁ ଆକର୍ଷିତ କରିବା ପାଇଁ ଜ୍ୟାକଲିନ ଫର୍ଣ୍ଣାଡିଜ କଲେ ପୋଲ ଡ୍ୟାନ୍ସ ?

48

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ନିଜର ନିଆରା ଡ୍ୟାନ୍ସ ମୁଭ ପାଇଁ ସିନେ ଜଗତରେ ବେଶ ଲୋକପ୍ରିୟ । ନିକଟରେ ଜ୍ୟାକଲିନ ସେକ୍ସି ପୋଲ ଡ୍ୟାନ୍ସ କରିଛନ୍ତି ବଲିଉଡ ଜତର ଜଣେ ନାୟକଙ୍କୁ ଆକର୍ଷତ କରିବା ପାଇଁ  । ସେ ନାୟକ ଜଣକ ଆଉ କେହି ନୁହଁ ସେ ହେଲେ ସିଦ୍ଧାର୍ଥ ମଲହୋତ୍ରା । କିନ୍ତୁ ଏହି ପୋଲ ଡ୍ୟାନ୍ସ ଥିଲା ‘ରିଲୋଡେଡ’ ସିନେମା ପାଇଁ ।

ନିକଟରେ ସିଦ୍ଧାର୍ଥ ଓ ଜ୍ୟାକଲିନଙ୍କ ଅଭିନୀତ ସିନେମା ‘ରିଲୋଡେଡ’ର ସୁଟିଂ ଶେଷ ହୋଇ ଯାଇଛି ।  ସୁଟିଂର ଶେଷଦିନ ଜ୍ୟାକଲିନ ତାଙ୍କର ଅନଷ୍କ୍ରିନ ଲଭ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଆକର୍ଷିତ କରିବା ପାଇଁ କରିଥିଲେ ପୋଲ ଡ୍ୟାନ୍ସ । ‘ରିଲୋଡେଡ’ ସିନେମାର ସୁଟିଂ ମିୟାମୀ , ବ୍ୟାଙ୍କକ ଓ ମୁମ୍ବାଇରେ କରାଯାଇଛି । ଏହି ସିନେମା ୨୪ ଅଗଷ୍ଟରେ ରିଲିଜ ହେବ ବୋଲି ଜଣାପଡିଛି ।