ଉତ୍ତରଗାଜାରେ ଘନଘନ ଆକ୍ରମଣ । ଗାଜାକୁ ଦୁଇପଟୁ ଘେରିଛି ଇସ୍ରାଏଲ

488

କନକ ବ୍ୟୁରୋ :ଇସ୍ରାଏଲ ସେନା ଶୁକ୍ରବାରଠୁ ଗାଜାରେ ଆରମ୍ଭ କରିଛନ୍ତି ଗ୍ରାଉଣ୍ଡ ଅପରେସନ । ସ୍ଥଳଭାଗରୁ ଆକ୍ରମଣ କ୍ରମଶ ବ୍ୟାପକ ଓ ଭୟଙ୍କର ହେବାରେ ଲାଗିଛି । ହମାସ ସବୁଠୁ ଅଧିକ ଠିକଣା ଥିବା ଗାଜାର ଉତରାଂଚଳରେ ସବୁଠୁ ଅଧିକ ଆକ୍ରମଣ କରୁଛି ଆଇଡିଏଫ । ଉତର ଓ ଦକ୍ଷିଣ ଗାଜା ସମ୍ପୂର୍ଣ୍ଣଭାବେ ବିଚ୍ଛିନ ହୋଇଛି । ସେପଟେ ଯୁଦ୍ଧକୁ ଅଧିକ ଜୋରଦାର କରିବାକ ଯାଇ ଗାଜା ଭିତରେ ଇସ୍ରାଏଲ ସେନାର ଟ୍ୟାଙ୍କ ଗୁଡିକ ଲଗାତାର ପ୍ରବେଶ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ଗାଜାରେ ଦୌଡୁଛି ଇସ୍ରାଏଲ ଯୁଦ୍ଧ ଟ୍ୟାଙ୍କ୍
-ଗାଜା ଭିତରେ ଇସ୍ରାଏଲ ସେନା ଟ୍ୟାଙ୍କର ଏଟ୍ରିିଂ
-ଗାଜାକୁ ଦୁଇ ପଟୁ ଘେରିଛି ଆଇଡିଏଫ
-ହେଜବୁଲ୍ଲାର ମୁଖ୍ୟାଳୟ ଧ୍ୱଂସ
-ପାଲେଷ୍ଟାଇନବାସୀଙ୍କ ଶିବିରରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
-ବିଶ୍ୱବ୍ୟାଙ୍କର ସର୍ତକବାଣୀ, ଯୁଦ୍ଧ ବିରତି ନହେଲେ ତୈଳ ଦର ହେବ ଆକାଶଛୁଆଁ
-ବିସ୍ଥାପିତଙ୍କୁ ମିଳିତ ଜାତିସଂଘ ସାହାଯ୍ୟ

ଯୁଦ୍ଧକୁ ନିନ୍ଦା କରିଛନ୍ତି ଆଇସିଜେ ବା ଇଂଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ । ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଓକ୍ଷତିଗସ୍ତ ଲୋକଙ୍କୁ ସହାୟତା ମିଳିବା ସପକ୍ଷରେ ଯୁକ୍ତି ବାଢେଇଛନ୍ତି ଆଇସିଜେ । ଏଥିସହ ଗାଜାକୁ ସହାୟତା ପଠାଇବାରେ ବାଧାକ ସାଜିବା ଅର୍ନ୍ତଜାତୀୟ ଆଇନ ଅନୁଯାୟୀ ଅପରାଧ ବୋଲି ଆଇସିଜେ କହିଛନ୍ତି

ଯୁଦ୍ଧ ପହଁଚିଛି ୨୫ଦିନରେ । ଦିନ ଗଡିବା ସହ ଗାଜାର ଦୁର୍ଦଶା ବଢୁଛି । ଇସ୍ରାଏଲ ସେନା ଗାଜାକୁ ଚାରିପଟୁ ଘେରିବା ଯୋଗୁଁ ସହର ଭିତରକୁ ଆସିପାରୁନି ଖାଦ୍ୟ, ପାନୀୟ ସହ ଅତ୍ୟାବଶକୀୟ ସାମଗ୍ର । ପାନୀୟ ଜଳ ସଙ୍କଟ ଭିତରେ ଗାଜାବାଦୀ ସମୁଦ୍ରଜଳ ପିଉଥିବା ଚିତ୍ର ସାମ୍ନାକୁ ଆସିଛି ।

ଯୁଦ୍ଧରେ ଯାଉଛି ଶହ ଶହ ସଂଖ୍ୟକ ନିରୀହ ଲୋକଙ୍କ ଜୀବନ । ସୂଚନା ଅନୁସାରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନର ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଆଇଡିଏଫ ଦାବି କରିଛି ଯେ ଏବେସୁଦ୍ଧା ୬ଶହରୁ ଅଧିକ ହମାସ ଠିକଣାକୁ ଧ୍ୱଂସ କରାଯାଇଛି ।

ଯୁଦ୍ଧରେ ପାଲେଷ୍ଟାଇନକୁ ସମର୍ଥନ ଜଣାଉଥିବା ଚୀନ ଆଶ୍ଚର୍ଯ୍ୟ କରିବା ଭଳି କାମ କରିଛି । ଇଂଟରନେଟ ନକ୍ସାରୁ ଇସ୍ରାଏଲକୁ ହଟାଇଛି ଚୀନ । ଏନେଇ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭଳିକି ଭଳି ଖବର ଆସୁଛି । ଯୁଦ୍ଧରେ ଇସ୍ରାଏଲକୁ ବିରୋଧ କରିବା ସହ ଯୁଦ୍ଧ ବିରତି ଦାବି କରି ଆସୁଛତି ଚୀନ । ଏହା ଭିତରେ ଇଂଟରନେଟ ନକ୍ସାରୁୁ ଇସ୍ରାଏଲୁ ହଟାଇବା ଘଟଣା ଆଶ୍ଚଯ୍ୟ କରୁଛି

ଯୁଦ୍ଧକୁ ୨୫ଦିନ ଓ ଏହା ଭିତରେ ଶହଶହ ସଂଖ୍ୟକ ଲୋକଙ୍କ ଜୀବନ ହାନିକୁ ସାରା ଦୁନିଆରେ ଘୋର ନିନ୍ଦା କରାଯାଉଛି । ହମାସକୁ ଟାର୍ଗେଟ କରିବା ସମୟରେ ନିରୀହ ଲୋକଙ୍କ ଜୀବନ ରକ୍ଷା ପାଇଁ ରାଷ୍ଟ୍ରମାନେ ଇସ୍ରାଏଲକୁ ଅପିଲ କରୁଛନ୍ତି