କଳା ଟଙ୍କା ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି? ସମ୍ବାଦ ଓ କନକ ନ୍ୟୁଜ୍ ବାର୍ଷିକ ବିତର୍କରେ ମତ ରଖିଲେ ୩ ଦଳର ବରିଷ୍ଠ ନେତା

73

କନକ ବ୍ୟୁରୋ: କଳାଟଙ୍କା ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି? ଆଜିର ଦିନରେ ନିର୍ବାଚନ ଲଢିବା ପାଇଁ ଅର୍ଥ ନିହାତି ଜରୁରୀ । ଏହି ପ୍ରସଙ୍ଗକୁ ନେଇ ସମ୍ବାଦଓ କନକ ନ୍ୟୁଜର ବାର୍ଷିକ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଦଳର ବରିଷ୍ଠ ନେତା ସେମାନଙ୍କ ମତ ରଖିଛନ୍ତି । ଆଲୋଚନା ବେଳେ ଭାବବିହ୍ୱଳ ହୋଇପଡିଥିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ।

ସେ ନିର୍ବାଚନ ଲଢିବା ସମୟର ଏକ ପୁରୁଣା କଥାକୁ ମନେ ପକାଇ କହିଛନ୍ତି, କେମିତି ଜଣେ ବ୍ୟକ୍ତି ଇଲେକ୍ସନ ସମୟରେ ଏକ କୁମ୍ଫି ତାଙ୍କୁ ଦେଇଥିଲେ । ଏବେ କିନ୍ତୁ ଯୁଗ ବଦଳିଛି, ନିର୍ବାଚନ ଲଢିବାକୁ ଓ ନିର୍ବାଚନରେ ଜିଣିବାକୁ ହେଲେ କଳାଟଙ୍କା ଜରୁରୀ ବୋଲି ଗଣେଶ୍ୱର କହିଛନ୍ତି । ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ଅମର ଶତପଥୀ ମଧ୍ୟ ବିନା କଳା ଟଙ୍କାରେ ନିର୍ବାଚନ ଜତିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।