ଆଜିଠୁ ଆଇପିଏଲ ପ୍ଲେ ଅଫ ଫାଇଟ୍ : ଗୁଜୁରାଟ୍ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟାର; ବିଜୟୀ ଦଳ ସିଧାସଳଖ ଯିବ ଫାଇନାଲ

155

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଆଜିଠୁ ଆରମ୍ଭ ହେଉଛି ପ୍ଲେ-ଅଫ୍ ରାଉଣ୍ଡ । ଆଜି ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମୁକାବିଲା ହେବ । ଇଡେନ୍ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯିବ । ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଯିବ । ପରାଜିତ ଦଳ ପାଇଁ ମଧ୍ୟ ଅଉ ଏକ ସୁଯୋଗ ରହିଛି । ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଟାଇଟନ୍ସ ଆଜିର ମ୍ୟାଚରେ ବି ନିଜର ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି ।

ଅନ୍ୟପଟେ ରାଜସ୍ଥାନ ମଧ୍ୟ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ରାଜସ୍ଥାନ ୨୦୦୮ରେ ଚାମ୍ପିଅନ୍ ହୋଇଥିଲା । ଏହା ପରଠୁ କେବେ ବି ଫାଇନାଲକୁ ପ୍ରବେଶ କରିନାହିଁ । ତେଣୁ ଦଳ ପାଖରେ ଆଜି ଏକ ସୁଯୋଗ ରହିଛି । ସେହିପରି ନୂଆ ଦଳ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ଗୁଜରାଟ ଟାଇଟନ୍ସ ପ୍ରଥମରୁ ଚମକ୍ରାର ପ୍ରଦର୍ଶନ କରିଛି । ଆଜିର ମ୍ୟାଚ୍ ଜିତି ସିଧାସଳଖ ଫାଇନାଲକୁ ଯିବାକୁ ଚେଷ୍ଟା କରିବ ଗୁଜରାଟ ।

ଗୁଜରାଟ ଟାଇଟନ୍ସ (ସମ୍ଭାବ୍ୟ ୧୧) : ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର୍‌, ଅଭିନବ ମନୋହର, ଶୁବମନ ଗିଲ୍‌, ଋଦ୍ଧିମାନ ସାହା, ମାଥ୍ୟୁ ୱେଦ୍‌, ଅଲଜାରି ଯୋସେଫ, ଲୋକି ଫର୍ଗୁସନ୍‌, ମହମ୍ମଦ ସାମି, ରସିଦ୍ ଖାନ୍‌, ଆର୍‌ ସାଇ କିଶୋର ।

ରାଜସ୍ଥାନ ରୟାଲ୍‌ସ (ସମ୍ଭାବ୍ୟ ୧୧) : ସଞ୍ଜୁ ସାମସନ୍ (ଅଧିନାୟକ), ଜୋସ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ସିମ୍ରନ ହେଟମାୟର୍‌, ଦେବଦତ୍ତ ପଡ଼ିକଲ, ପ୍ରସିଦ୍ଧ କୃଷ୍ଣ, ୟୁଝବେନ୍ଦ୍ର ଚହଲ, ରିୟାନ୍ ପରାଗ, ଓବିଦ୍ ମ୍ୟାକୟ।