ମୋଦୀଙ୍କ ୯ ବର୍ଷ ଧରି ଶାସନରେ ଦେଶବାସୀଙ୍କ କ’ଣ ସବୁ ବିକାଶ ହୋଇଛି ? ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ

180

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷର ସେବା । ମୋଦୀଙ୍କ ୯ ବର୍ଷ ଧରି ଶାସନରେ ଦେଶବାସୀଙ୍କ କ’ଣ ସବୁ ବିକାଶ ହୋଇଛି ? କଣ କଣ ସବୁ ପଦକ୍ଷପ ନିଆଯାଇଛି ? ମହିଳା, କୃଷକ, ସ୍ୱାସ୍ଥ୍ୟ ଓ ଐତିହ୍ୟ ବିକାଶ କ୍ଷେତର କଣ ସବୁ ପାରଦର୍ଶିତା ଦେଖାଇଛନ୍ତି ଏନେଇ ଆଜି ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ । କେନ୍ଦ୍ରରେ ବିଜେପି ସରକାରର ୯ବର୍ଷ ଶାସନର ପୂର୍ତ୍ତି ଅବସରରେ ଭୁବନେଶ୍ୱର ପାଲହାଇଟ୍ସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ସବୁ ଉପସ୍ଥାପନ କରାଯାଇଛି ।

ମୋଦୀଙ୍କ ୯ ବର୍ଷ ଧରି ଶାସନରେ ଦେଶରେ ବଡ ବଡ ପରିବର୍ତନ ହୋଇଛି । ଦେଶ ଉନ୍ନତୀ ନଇ ବଡ ବଡ ସବୁ ପଦକ୍ଷେପ ନିଆଯାଇଛି । ସେହିଭଳି କରୋନା ଉପରେ ଆମକୁ ବଡ ବିଜୟ ମିଳିଛି । କରୋନା ଭଳି ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦିଆଯାଇଛି । କୋଟି କୋଟି ଲୋକଙ୍କୁ ଲୋକଙ୍କୁ ମାଗଣାରେ ଭ୍ୟାକସିନ ଯୋଗାଯାଇଛି । କିଷାନ ଯୋଜନା ହେଉ କି କଳାଧନ ହଟାଇବା ନେଇ ହେଉ ମୋଦୀ ସରକାରଙ୍କ ଶାସନରେ ଏକ ବଡ ବୈପ୍ଲିବିକ ପରିବର୍ତନ ଆସିଛି । ଏହାପରେ ଦେଶକୁ ବଡ ଫଳତା ମିଳିଛି ଏହି ୯ବର୍ଷ ଶାସନ କାଳରେ ।