ଆସିଲା ମୋ ଘର ଯୋଜନା? କିଏ ପାଇବ ଯୋଜନାର ଲାଭ, କେମିତି କରିବେ ଆବେଦନ?  କେତେ ଟଙ୍କାର ଋଣ ଓ ସବସିଡି ଦେବେ ସରକାର?

21,507

କନକ ବ୍ୟୁରୋ : ଗରିବ ଲୋକଙ୍କୁ ଘର ପାଇଁ ମିଳିବ ସହାୟତା । ‘ମୋ ଘର’ ଯୋଜନା ଉପରେ ବାଜିଲା କ୍ୟାବିନେଟ ମୋହର ।  ଏହି ଯୋଜନାରେ କଠୋର ମାପଦଣ୍ଡ ପାଇଁ ବାଦ୍ ପଡିଥିବା ପରିବାର ଓ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଉପକୃତ ହୋଇପାରିବ । ସେହିଭଳି ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନାରେ  ନିଜ ଗୃହର ଉନ୍ନତିକରଣ ଓ ସମ୍ପ୍ରସାରଣ କରିପାରିବେ । ଏହି ସହାୟତା ରାଶି ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯିବ ।

କିଏ ପାଇବ ମୋ ଘର : 

– ଯଦି ପରିବାର କଚ୍ଚା ଘରେ  କିମ୍ବା ଗୋଟିଏ କଠୋରୀ ଥିବା ଛାତ ଘରେ ବସବାସ କରୁଥିବେ

– ଯଦି ପରିବାର ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ କୌଣସି ସହାୟତା ପାଇନଥିବେ କିମ୍ବା ୭୦ ହଜାର ଟଙ୍କାରୁ କମ ସହାୟତା ପାଇଥିବେ

– ଯଦି ପରିବାରର ମାସିକ ରୋଜଗାର ୨୫ ହଜାରରୁ କମ ଥିବ

– ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରିଚକିଆ ଯାନ ନଥିବ

– ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ଓ ପେନସନଭୋଗୀ ହୋଇନଥିବେ

– ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର

– ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସବସିଡି ରାଶି ପ୍ରଦାନ କରିବେ

କେତେ ଟଙ୍କା ଋଣ ଉପରେ କାହାକୁ ମିଳିବ କେତେ ଟଙ୍କାର ସବସିଡି

– ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ

– ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ୧ ହଜାର ଟଙ୍କା ସରକାର ବହନ କରିବେ

– ଏହି ଯୋଜନାରେ ପୂର୍ବରୁ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯିବ ।

କେମିତି କରିବେ ଆବେଦନ ?

https://rhodisha.sov.inlmoghara/  ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ

– ଆବେଦନ ପୂର୍ବରୁ ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ

– ଆସନ୍ତା ଜୁନ୍ ୧୬ରୁ କରିପାରିବେ ଆବେଦନ

– ଆବେଦନ ବେଳେ ପାସପୋର୍ଟ ସାଇଜର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆବଶ୍ୟକ

– ଗୃହ ନିର୍ମାଣର ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ

– ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ

– ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ୍ ଋଣ ପରିଶୋଧ ବାବଦରେ କୌଣସି ଜରିମାନା ଅର୍ଥ ଆଦାୟ କରିବେ ନାହିଁ

– ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷରେ ୨୧୫୦ କୋଟି ଟଙ୍କାର ବ୍ୟୟବରାଦ