ଶତ୍ରୁ ପାଇଁ କାଳ ସାଜିବ ଆକାଶ ପ୍ରାଇମ୍ ମିସାଇଲ୍ । ଆଖିପିଛୁଳାକେ ଆକ୍ରମଣ କରିବ, ସବୁକିଛି ଧ୍ୱଂସ କରିଦେବ

169

କନକ ବ୍ୟୁରୋ : ଭାତତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ବ୍ରହ୍ମାସ୍ତ୍ର । ଆକାଶ ପ୍ରାଇମ୍ ମିସାଇଲ୍ ସିଷ୍ଟମ୍ ଏବଂ ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍ ପାଇଁ ୯୧ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଦୁଇଟି ବ୍ରହ୍ମାସ୍ତ୍ରର କାମ ଅଲଗା ଅଲଗା ହୋଇଥିଲେ ବି ଏହା ଏକାଠି ହୋଇ କାମ କରିବେ । ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍, ସୀମା ବାହାରେ ଶତ୍ରୁର ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରିବା ବେଳେ ଆକାଶ ପ୍ରାଇମ୍ ମିଜାଇଲ୍ ସିଷ୍ଟମ୍ ଆଖି ପିଛୁଳାକେ ଆକ୍ରମଣ କରି ଶତ୍ରୁର ଅସ୍ତ୍ରଶସ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିଦେବ ।

ଆକାଶ ପ୍ରାଇମ୍ ମିଜାଇଲର ଗତି ହିଁ ତାକୁ ସବୁଠୁ ଖତରନାକ୍ ଅସ୍ତ୍ର ଭାବେ ପରିଣତ କରୁଛି । ଏହା ଏକ ସେକେଣ୍ଡରେ ପାଖାପାଖି ଏକ କିଲୋମିଟର ରାସ୍ତା ଅତିକ୍ରମ କରିବାର କ୍ଷମତା ରଖିଛି । ଅର୍ଥାତ୍ ଏହାର ଘଣ୍ଟାପ୍ରତି ବେଗ ୪୩୨୧କିଲୋମିଟର ରହିଛି । ଯାହା ଶତ୍ରୁ ପାଇଁ ଯମରାଜଠୁ କମ୍ ନୁହେଁ । ଶତ୍ରୁର ଯେକୌଣସି ଅସ୍ତ୍ରକୁ ବି ଆକାଶ ମାର୍ଗରେ ଟାର୍ଗେଟ କରି ଧ୍ୱଂସ କରିବାର କ୍ଷମତା ଏହି ମିଜାଇଲ୍ ପାଖରେ ରହିଛି ।
ଆକାଶ ପ୍ରାଇମ୍ ମିଜାଇଲରେ ଆକ୍ଟିଭ୍ ଆରଏଫ୍ ଲାଗିଛି । ଏହା ଟାର୍ଗେଟକୁ ଚିହ୍ନଟ କରିବା ପାଇଁ ସହାୟକ ହୋଇଥାଏ । ତେଣୁ ଏହି ମିଜାଇଲ୍ ସିଷ୍ଟମ୍ ଭାରତୀୟ ସେନାରେ ସାମିଲ ହେଲେ ଚୀନ୍ ଏବଂ ପାକିସ୍ତାନ୍ ସୀମାରେ ଏହାକୁ ମୁତୟନ କରି ରଖାଯିବ । ଯାହାଦ୍ୱାରା ସୀମାର ସୁରକ୍ଷା ଆହୁରି ବଢିଯିବ । ଏହି ମିଜାଇଲ୍ ସ୍ଥଳଭାଗରୁ ଆକାଶ ମାର୍ଗରେ ଆକ୍ରମଣ ପାଇଁ ସକ୍ଷମ । ୨୦୧୧ ମସିହାରୁ ଏବେ ସୁଦ୍ଧା ୩୫୦୦ ମିଜାଇଲ୍ ବନାଯାଇସାରିଛି ।
ଆକାଶ ପ୍ରାଇମ୍ ମିଜାଇଲ୍ କଥା ଯଦି କହିବା, ଏହି ମିଜାଇଲର ଓଜନ ୭୨୦ କିଲୋଗ୍ରାମ୍, ଏହାର ଲମ୍ବ ୧୯ପୁଟ, ବ୍ୟାସ ୧.୧୬ଫୁଟ୍, ଏହାର ଆଗ ଭାଗରେ ୬୦କିଲୋଗ୍ରାମ୍ ଓଜନର ୱାର୍ ହେଡ୍ ଲଗାଯାଇଛି । ଭାରତୀୟ ସେନାରେ ଏହି ମିଜାଇଲ୍ ସିଷ୍ଟମ୍ ସାମିଲ ହେଲେ ସୀମାରେ ସାବାଡ ହେବେ ଶତ୍ରୁ