ଶକ୍ତି ବଢ଼ାଉଛି ଭାରତ : ଥରହର ଶତ୍ରୁ ଦେଶ, ଭାରତୀୟ ସେନାରେ ସାମିଲ ହେଲା ଇସ୍ରାଏଲୀ ମିସାଇଲ୍ 

1,626

କନକ ବ୍ୟୁରୋ : ଶତ୍ରୁକୁ ସୀମାରେ କଡ଼ା ଜବାବ ଦେବାସହ ଭାରତର ଶକ୍ତି ବଢ଼ାଇବା ଆରମ୍ଭ କରିଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ନିର୍ମିତ ଟ୍ୟାଙ୍କକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲକୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଏହି ମିସାଇଲକୁ ସୀମିତ ସଂଖ୍ୟାରେ ସେନା ଅସ୍ତ୍ରଶସ୍ତ୍ର ସହ ସାମିଲ କରାଯାଇଛି।

ତେବେ ବର୍ତ୍ତମାନ ଅଳ୍ପ କିଛି ସଂଖ୍ୟାରେ ଏପରି ମିସାଇଲ ଭାରତୀୟ ସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ସ୍ୱଦେଶୀ ଜ୍ଞାନ କୌଶଳରେ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ନିର୍ମାଣରେ ସଫଳ ହେଲେ ଇସ୍ରାଏଲ ମିସାଇଲର ଆବ୍ୟଶ୍ୟକତା ପଡ଼ିବ ନାହିଁ । ଏବଂ ଏହି ମିଶାଇଲ୍ କିଣିବା ପାଇଁ ଭାରତ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । 

ଅନ୍ୟପଟେ ସ୍ୱଦେଶୀ ଜ୍ଞାନକୌଶଳରେ ଆଣ୍ଟି ଟ୍ୟାଙ୍କ୍ ମିଶାଇଲ ନିର୍ମାଣ ପରେ ସେଗୁଡ଼ିକୁ ଇଣ୍ଡିଆନ ଇନଫ୍ୟାଣ୍ଟ୍ରିରେ ସାମିଲ କରାଯିବ । ସୂତ୍ର ଅନୁସାରେ ପୂର୍ବରୁ ୨୧୦ ସ୍ପାଇକ ମିସାଇଲ ଓ ୧୦ରୁ ଅଧିକ ଲଂଚର ୧୦ ଦିନ ପୂର୍ବରୁ ଭାରତ ଆସିଛି । ଚଳିତ ବର୍ଷ ଫେବୃୟାରୀ ୨୬ରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ସେନା ଏହି ସ୍ପାଇକକୁ କିଣିବାକୁ ମଂଜୁରୀ ଦେଇଥିଲା ।  ତେବେ ସ୍ୱେଦେଶୀ ଜ୍ଞାନକୌଶଳରେ ହେଉ କିମ୍ବା ଇସ୍ରାଏଲୀ ମିଶାଇଲ୍ ହେଉ ଭାରତର ଶକ୍ତି ଦେଖି ଥରହର ହେଉଛନ୍ତି ଶତ୍ରୁ ଦେଶ ।