ପାକିସ୍ତାନର ବାଲାକୋଟ୍ ରେ ବାୟୁସେନାର ପ୍ରତିଶୋଧର ଭିଡିଓ ଭାଇରାଲ୍ ! ବାୟୁସେନା ଜାରି କଲା ଏୟାରଷ୍ଟ୍ରାଇକ୍ ସମୟର ଭିିଡିଓ । 

1,857

ଜମ୍ମୁ-କାଶ୍ମୀରର ପୁଲୱାମାରେ ଫେବୃୟାରୀ ୧୪ ତାରିଖରେ ଯେତେବେଳେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କଲେ ସେତେବେଳେ ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଘଟଣାରେ ଦେଶର ଜନତା ମଧ୍ୟ ଆକ୍ରୋଶରେ ଆସିଯାଇଥିଲେ । ଆତଙ୍କବାଦୀଙ୍କୁ ମୁହଁଭଙ୍ଗା ଯବାବ୍ ଦେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟ୍ ରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲେ । ଏହି ଏୟାରଷ୍ଟ୍ରାଇକରେ ବାୟୁସେନା ଜୈସ୍-ଏ-ମହମ୍ମଦର ଆତଙ୍କୀ ଅଡ୍ଡାରେ ବୋମା ବିସ୍ଫୋରଣ କରିଥିଲେ । ତେବେ ଶୁକ୍ରବାର ବାୟୁସେନା ପକ୍ଷରୁ ଏକ ଭିଡିଓ ଜାରୀ କରାଯାଇଛି । ଯେଉଁଥିରେ ଏୟାରଷ୍ଟ୍ରାଇକର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ଦେଖାଯାଇଛି ।

ବାୟୁସେନା ଦ୍ୱାରା ଏହି ଭିଡିଓରେ ଦେଶରେ କିଭଳି ଲୋକଙ୍କ ମଧ୍ୟରେ ଆକ୍ରୋଶର ବହ୍ନି ଜଳିଥିଲା । ଯାହାପରେ ବାୟୁସେନା ପକ୍ଷରୁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରିବା ପାଇଁ ମଧ୍ୟ ଯୋଜନା କରାଗଲା । ଭିଡିଓରେ ଦେଖାଯାଉଛି ଯେ ବାଲାକୋଟ୍ ଏୟାରଷ୍ଟ୍ରାଇକର ପରଦିନ କିଭଳି ଭାରତୀୟ ବାୟୁକ୍ଷେତ୍ରରେ ପାକ୍ ପଶିବାକୁ ଚେଷ୍ଟା କରୁଛି । କିନ୍ତୁ ବାୟୁସେନା ଯବାନମାନେ ଏହି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିଲେ ।