କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଟିମ୍ ଇଣ୍ଡିଆରେ ହୋଇପାରେ ଏହି ୨ଟି ବଡ ପରିବର୍ତ୍ତନ…

192

କନକ ବ୍ୟୁରୋ: ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟକୁ ଜିତି ଏବେ ୧-୦ରେ ସିରିଜ ଆଗୁଆ ଅଛି ଟିମ୍ ଇଣ୍ଡିଆ । ଏହାରି ଭିତରେ ଜାନୁଆରୀ ୩ରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଯେଉଁ ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ୨ଟି ବଡ ପରିବର୍ତ୍ତନ ହୋଇପାରେ ବୋଲି ଖବର ପ୍ରକାଶ ପାଉଛି । ତେବେ ଏହି ଦୁଇଟି ବଡ ପରିବର୍ତ୍ତନ କଣ ହୋଇପାରେ?

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଥିବା ବୋଲିଂ ବାହିନୀରେ ପରିବର୍ତ୍ତନ ହୋଇପାରେ । ଟିମ୍ ମ୍ୟାନେଜମେଣ୍ଟ ଏନେଇ ଶେଷ ନିଷ୍ପତ୍ତି ନେବାକୁ ଅଛି । ତେବେ ଦ୍ରୁତ ବୋଲିଂ ବିଭାଗରେ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବ ଦଳକୁ ଫେରିପାରନ୍ତି । କାହିଁକି ନା, ଜୋହାନ୍ସବର୍ଗର ପିଚରେ ଅଧିକ ଘାସ ଥିବା ଦେଖିବାକୁ ମିଳୁଛି । ତାହା ସହିତ ଏହି ପିଚ୍ ଦ୍ରୁତ ବୋଲରମାନଙ୍କୁ ଅଧିକ ସହାୟତା ଦେବ ବୋଲି କୁହାଯାଉଛି । ଏପରି ସ୍ଥିତିରେ ଦଳ ୪ ଜଣ ସ୍ପେଶିଆଲିଷ୍ଟ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି । ତେଣୁ ଦଳରେ ଉମେଶ ଯାଦବଙ୍କୁ ସ୍ଥାନ ଏକ ପ୍ରକାର ପକ୍କା ବୋଲି କୁହାଯାଉଛି ।

ସେହିପରି ସ୍ପିନ୍ ବୋଲିଂରେ ମଧ୍ୟ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମିଡିଆ ରିପୋର୍ଟ ମୁତାବକ ଏହି ଟେଷ୍ଟରେ ଆର ଅଶ୍ୱିନୀଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ମିଳିପାରେ । ତେବେ ଏହା ପଛର କାରଣ ହେଉଛି, ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଣ୍ଡିଆ ଏ ପକ୍ଷରୁ ଖେଳି ହନୁମା ବିହାରୀ ଚମକ୍ରାର ମ୍ୟାଚ୍ ଖେଳିଥିଲେ । ତେଣୁ ତାଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ: କେ ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚିତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ଆର ଅଶ୍ୱିନୀ/ହନୁମା ବିହାରୀ, ସାର୍ଦ୍ଦୁଲ ଠାକୁର/ଉମେଶ ଯାଦବ, ମହମ୍ମଦ ସାମି, ଜଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।