ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ: ୧୮୬ ରନ କଲା ଭାରତ, ଜିମ୍ବାୱେ ଆଗରେ ୧୮୭ ରନର ଟାର୍ଗେଟ

721

କନକ ବ୍ୟୁରୋ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଲିଗ ମ୍ୟାଚ ଜାରି ରହିଛି । ଏହି ମ୍ୟାଚରେ ଭାରତ ଦମଦାର ବ୍ୟାଟିଂ କରିଛି । ଭାରତ ପକ୍ଷରୁ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିବାରେ ସଫଳ ହୋଇଛି । ଏବେ ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ଶୀଘ୍ର ୱିକେଟ ପତନ ଘଟିଥିଲା । ହେଲେ ଏହାରି ଭିତରେ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ମାରିଥିଲେ । ସେହିପରି ସୂର୍ଯ୍ୟ କୁମାର ମଧ୍ୟ ଶେଷ ଓଭର ଯାଏଁ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ୧୮୬ ରନର ବଡ ସ୍କୋର କରିବାରେ ସଫଳ ହୋଇଥିଲା ।