ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ବର୍ଷା ଯୋଗୁଁ ଡ୍ର ହେଲା ପ୍ରଥମ ଟେଷ୍ଟ

88

କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି । ପ୍ରଥମ ଟେଷ୍ଟରେ ବର୍ଷା ବାଧକ ସାଜିଛି । ବର୍ଷା ଭାରତର ପ୍ରଥମ ବିଜୟରେ ପାଣି ପୂରାଇ ଦେଇଛି । ଏହି ମ୍ୟାଚରେ ଭାରତର ବିଜୟ ନିଶ୍ଚିତ ରହିଥିଲା । ପଞ୍ଚମ ଦିନରେ ଭାରତକୁ ୧୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ପ୍ରଥମ ଇଂନିସରେ ରୁଟଙ୍କ ଦମଦାର ଅର୍ଦ୍ଧଷତକ ବଳରେ ଇଂଲଣ୍ଡ ୧୮୩ ରନ କରିଥିଲା । ସେହିପରି ଭାରତ ତାର ପ୍ରଥମ ଇଂନିସରେ ୨୭୮ ରନ କରିଥିଲା । ହେଲେ ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ୩୦୩ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୁମରା ସର୍ବାଧିକ ୯ଟି ୱିକେଟ ହାସଲ କରିଥିଲେ ।