ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇଂନିସରେ ଭାରତ ୨୦୨ ରନରେ ଅଲଆଉଟ

118

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ମାତ୍ର ୨୦୨ ରନ କରି ଅଲ ଆଉଟ ହୋଇଯାଇଛି । ହେଲେ ଭାରତ ପକ୍ଷରୁ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଶ୍ୱିନୀ ୪୬ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ବିଫଳ ହୋଇଥିଲେ । ଏବେ ଭାରତ-ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସ ଆରମ୍ଭ କରିବ ।

ଏହି ମ୍ୟାଚରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ କେଏଲ ରାହୁଲ ୫୦, ରବିଚନ୍ଦ୍ରନ ଅଶ୍ୱିନୀ ୪୬, ମୟଙ୍କ ଅଗ୍ରୱାଲ ୨୬ ଓ ହନୁମା ବିହାରୀ ୨୦ ରନ କରିଥିଲେ । ଫଳରେ ଦଳ ୬୩ ଓଭର ଖେଳି ୨୦୨ ରନରେ ଅଲଆଉଟ ହୋଇଯାଇଥିଲା ।