ଅଧାରେ ରହିଗଲା ଇକୋ-ରିଟ୍ରିଟ୍ । ଗଞ୍ଜାମ ଓ କୋରାପୁଟରେ ଉଦଘାଟନର ୧୭ ଦିନ ପରେ ବି ସରିପାରିଲାନି କାମ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

133

କନକ ବ୍ୟୁରୋ: ଅଧାରୁ ଆଣ୍ଠେଇଲା ଇକୋ ରିଟ୍ରିଟ । କୋରାପୁଟ ଓ ଗଞ୍ଜାମରେ ଉଦଘାଟନର ୧୭ ଦିନ ପରେ ବି ଖୋଲିପାରିଲାନି ତାଲା । ଅଧାରୁ ଫେରୁଛନ୍ତି ପର୍ଯ୍ୟଟକ ।

କୋରାପୁଟ ଭଳି ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସେମିଳିଗୁଡାର ପୁଟସିଲରେ ଖୋଲାଯାଇଥିଲା ଇକୋରିଟ୍ରିଟ । ଭିତିଭୂମି ସଜାଡିବାକୁ ରାଜସ୍ଥାନର ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା । ଏବେ ଦିନ ପରେ ଦିନ ଗଡିଚାଲିଛି । କିନ୍ତୁ ଭିତିଭୂମି ଅଭାବରୁ ଏ ଯାଏଁ ଏହି ଇକୋ-ରିଟ୍ରିଟ ଖୋଲିନାହିଁ । ଏପରିିକି ଭିତିଭୂମି ସଜାଡିବାକୁ ଆସିଥିବା ବିଭିନ୍ନଲୋକେ ଘରବାହୁଡା ହୋଇଛନ୍ତି । ମାସ ମାସ ଧରି ସେମାନେ ଦରମା ପାଇନଥିବା ସହ ଠିକ ଭାବେ ଖାଇବାକୁ ମିଳିନଥିବା ଅଭିଯୋଗ ହୋଇଛି ।
ସେପେଟ ସ୍ଥାନୀୟ ବିଧାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଠିକ ସୂଚନା ଲୋକଙ୍କ ପାଖରେ ପଂହଚିପାରିନାହିଁ । ତେବେ ଯାହା ସମସ୍ୟା ରହିଛି ତାକୁ ଦୂର କରାଯିବ ।

ଖାଲି କୋରାପୁଟ ନୁହେଁ ଗଞ୍ଜାମ ସୋନପୁରରେ ବି ଇକୋ ରି-ଟ୍ରିଟ ଫେଲ୍ । ଏଯାଏଁ ଖୋଲିପାରିଲାନି ବେଳାଭୂମି । ସରୁନି କାମ, ହୋଇପାରୁନି ବୁକିଂ । ଗଂଜାମର ସୋନପୁର ବେଳାଭୂମିରେ ବି ଡିସେମ୍ବର ୧୫ ତାରିଖରେ ଇକୋ-ରିଟ୍ରିଟକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ସୋନପୁର ଇକୋ-ରିଟ୍ରିଟର କାମ ଦିଲ୍ଲୀର ଏକ କମ୍ପାନୀ ନେଇଥିଲା । କିନ୍ତୁ ଏଠାରେ ଏବେ ବି ଏହାର କାମ ସରିନାହିଁ । ଆଉ କେବେ କାମ ସରିବ ତାର ଉତର ବି କାହା ପାଖରେ ନାହିଁ । ଦିନ ଗଡିଚାଲିଥିଲେ ବି ବୁକିଙ୍ଗ ହୋଇପାରୁନାହିଁ । ଏଭଳି ସ୍ଥଳେ ବେଳାଭୂମି ଇକୋ-ରିଟ୍ରିଟ କେବେ ଖୋଲିବ ଓ ପର୍ଯ୍ୟଟକ ଏହାର ମଜା କେବେ ନେବେ , ସେ ନେଇ ବଡ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।