କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଡ ଘୋଷଣା । ଏହି ଲୋକଙ୍କୁ ଆଉ ଦେବାକୁ ପଡିବନି ଆୟକର ରିିଟର୍ଣ୍ଣ ।

293

କନକ ବ୍ୟୁରୋ: ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରା କଲେ । ଗତବର୍ଷ ବଜେଟ୍ ଉପସ୍ଥାପନ ବେଳେ ମୋଦୀ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ, ଏବେ ତାହାକୁ ପୂରା କରିଛନ୍ତି । ଆଇଟିଆର୍ ନିୟମରେ ବଡ ପରିବର୍ତ୍ତନ କରିବା ସହିତ ଏଣିକି କିଛି ଖାସ୍ ଲୋକଙ୍କୁ ଆଉ ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଏଣିକି ୭୫ ବର୍ଷରୁ ଅଧିକ ବର୍ଷର ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ରିଟର୍ଣ୍ଣ ଭରିବାକୁ ପଡିବନି । ଯେଉଁମାନେ କେବଳ ପେନସନ୍ ଅଥବା ବ୍ୟାଙ୍କରୁ ମିଳୁଥିିବା ସୁଧରେ ଦିନ କାଟୁଛନ୍ତି, ସେମାନେ ଆଉ ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଏହି ଟୁଇଟରେ ଉଲ୍ଲେଖ କରାଯାଇଛି ।

ତେବେ କେନ୍ଦ୍ର ସରକାର ଆୟକର ନିୟମ, ୧୯୬୧ରେ ପରିବର୍ତ୍ତନ ଆଣିବା ସହିତ ଏଥିରେ ଗୋଟିଏ ନୂଆ ଧାରାକୁ ଯୋଡିଛନ୍ତି । ସେକ୍ସନ ୧୯୪ପି ଏଥିରେ ଯୋଡା ଯାଇଛି । ଯାହାର ଆଧାରରେ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିପାରିବ । ସେଣ୍ଟ୍ରାଲ ବୋରଡ୍ ଅଫ୍ ଡାଇରେକ୍ଟର ଟ୍ୟାକ୍ସେସ ଏ ସମ୍ଭନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ଏହାକୁ ନେଇ ଅଧିସୂଚନା ଜାରି ହୋଇସାରିଛି । ତା ବ୍ୟତୀତ ନିୟମ ୩୧, ନିୟମ ୩୧ଏ, ଫର୍ମ ୩୧କ୍ୟୁ ରେ ଜରୁରୀ ସଂଶୋଧନ କରାଯାଇଛି ।