ବୋଲଗଡ଼ ବିଜେଡିରେ ସାମ୍ନାକୁ ଆସିଲା ଗୋଷ୍ଠୀ କନ୍ଦଳ। ସମର୍ଥକଙ୍କୁ ଧରି ପଦଯାତ୍ରା କଲେ ଦୁଇ ଗୋଷ୍ଠୀ। 

63

କନକ ବ୍ୟୁରୋ: ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନୀ ମଣ୍ଡଳୀରୁ ଆସିଲା ଏପରି ଚିତ୍ର । ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଧାୟକ ରାଜେନ୍ଦ୍ର ସାହୁ ନିଜ ସମର୍ଥକଙ୍କୁ ଧରି ପଦଯାତ୍ରା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ବର୍ତମାନର ବିଜେଡି ସମ୍ପାଦକ ପ୍ରଦୀପ ସାହୁ ସମାନ୍ତରାଳ ପଦପାତ୍ରା କରିଛନ୍ତି । ଯଦିଓ ଉଭୟ ବିଜୁ ଜନତା ଦଳର ଗୁଣଗାନ କରୁଛନ୍ତି, କିନ୍ତୁ ଅଲଗା ଅଲଗା ପଦଯାତ୍ରା କରିବା ଦଳରେ ଅନ୍ତଃକନ୍ଦଳ କଥା ସ୍ପଷ୍ଟ କରୁଛି ।

ଦୁଇ ନେତା ଜନତାଙ୍କ ପାଖରେ ପହଞ୍ଚି ସରକାରଙ୍କ ଜନ ହିତକାରୀ ଯୋଜନାର ପ୍ରଚାର କରୁଛନ୍ତି । ଏହା ଦଳ ପାଇଁ ଲାଭବାନ ହେଉଥିଲେ ହେଁ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ସେପଟେ ଏହାର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ସାଂସଦ ଅପରାଜିତା ଷଡଙ୍ଗୀ ବିଭିନ୍ନ ପାର୍ବଣରେ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରି ଲୋକଙ୍କୁ ନିକଟତର କରାଇବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।