ଗଜପତି ଅଡବା ଥାନା କଲବା ଗାଁରୁ ଆସିଲା ଦୁଃଖଦ ଘଟଣା। ଦାଦନ ଖଟିବାକୁ ଯାଇ ହରାଇଲେ ଗୋଡ଼, ହାତ। 

53

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ହରାଇଲେ ହାତ, ଗୋଡ । ଦାଦନ ଖଟିବାକୁ ଡାକି ନେଇଥିଲେ । ମଜୁରୀ ମାଗିବାରୁ ହାତ ପାପୁଲି ଓ ଗୋଟିଏ ଗୋଡ କାଟିଦେଇଥିବା ଅଭିଯୋଗ ହୋଇଛି । ଏପରିକି ଥାନାରେ ଯଦି କହିବେ ତାହାଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦଲାଲ । ଏଭଳି ସାଂଘାତିକ୍ ଖବର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ଥାନା କଲବା ଗାଁରେ ।

ଗତ ୧୩ ତାରିଖରେ ଗାଁର ଶାଙ୍କ ମୁର୍ମୁଙ୍କୁ ପାଖ ଗାଁର ୪ ଯୁବକ ଆସି ଦାଦନ ଖଟିବାକୁ ଡାକି ନେଇଥିଲେ । ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । ଶାଙ୍କକୁ ଉତରପ୍ରଦେଶର ଏକ ସିମେଣ୍ଟକମ୍ପାନୀରେ କାମ କରିବାକୁ ନେଇ ଯାଇଥିଲେ । ସେଠାରେ କିଛିଦିନ କାମ କରିବା ପରେ ପାରିଶ୍ରମିକ ମାଗିବାରୁ ଟଙ୍କା ଦେବା ପରିବର୍ତେ ପାଲଟା ମାଡ ମାରିବା ଆରମ୍ଭ କରିଥିଲେ ଦଲାଲ । ଏପରିକି ବାମ ଗୋଡ ଏବଂ ଡାହାଣ ହାତର ପାପୁଲି କାଟିଦେଇଥିବା ଅଭିଯୋଗ କରିଛନ୍ତି ଶାଙ୍କ । ଏହାପରେ ଉତରପ୍ରଦେଶ, ଝାନସିରେ ଗୋଟିଏ ଘରୋଇ ଡାକ୍ତରଖାରାନାରେ ଗୋଟିଏ ଦିନ ଚିକିତ୍ସା କରାଇବା ପରେ ଗାଁରେ ଆଣି ଛାଡି ଯାଇଛନ୍ତି । ଏହାସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦଲାଲ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଶାଙ୍କ । ତେବେ ଘଟଣାରେ ବର୍ତମାନ ସୁଦ୍ଧା କୌଣସି ମାମଲା ହୋଇନାହିଁ ।