ଦିଲ୍ଲୀ ଓ ନୋଏଡ଼ାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ସହ କଲ୍ ।

128

କନକ ବ୍ୟୁରୋ: ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ଆସିଛି । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି । ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଛି । ଗୋଟିଏ ଇ-ମେଲ୍ରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଛି । ଏହା ପରେ ତୁରନ୍ତ ସ୍କୁଲରେ ପୋଲିସ ପହଞ୍ଚିଛି । ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଡଗ୍ ସ୍କ୍ୱାର୍ଡ ମଧ୍ୟ ସ୍କୁଲରେ ପହଞ୍ଚିଛି । ପୂରା ସ୍କୁଲକୁ ଖାଲି କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି । ଦେଶ ବାହାରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଆଇପି ଆଡ୍ରେସ୍ରୁ ଜଣାପଡ଼ିଛି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।