କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ କୃଷ୍ମପ୍ରସାଦ ବ୍ଲକ କୁମାରପୁର ଗାଁରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ପବନରେ ୫ ବଖରା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଚିଲିକାରେ ମତ୍ସଜୀବୀଙ୍କ ଅନେକ ଡଙ୍ଗା ମଧ୍ୟ ଭାଙ୍ଗିଯାଇଛି । ଡଙ୍ଗାର ମେସିନ ନଷ୍ଟ ହୋଇଯାଇଥିବାରୁ ପରିବାର ପ୍ରତିପୋଷଣ ଚିନ୍ତାରେ ଅଛନ୍ତି ମତ୍ସ୍ୟଜୀବୀ । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।