ଘର ପୋଡ଼ି ବିପନ୍ନଙ୍କ ସହାୟତା ରାଶି ହଡ଼ପ ! ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିପନ୍ନ ପରିବାରଙ୍କ ଧାରଣା ।

72

କନକ ବ୍ୟୁରୋ: କଟକ ବାଙ୍କି ତହସିଲ ବାଉଁସପୁଟ ଗାଁରେ ଘର ପୋଡ଼ି ବିପନ୍ନଙ୍କ ସହାୟତା ରାଶି ହଡ଼ପ ଅଭିଯୋଗ । ତୁରନ୍ତ ସହାୟତା ପ୍ରଦାନ ଦାବି କରି ତହସିଲ କାର୍ଯ୍ୟାଳୟ ଆଗରେ ଅଗ୍ନି ବିପନ୍ନ ପରିବାରଙ୍କ ଧାରଣା । ୮ ମାସ ତଳେ ଅଗ୍ନିକାଣ୍ଡ ଯୋଗୁଁ ଗାଁର ୯ ଜଣଙ୍କ ଘର ପୋଡ଼ିଯାଇଥିଲା । ସେବେଠୁ ଜରି ପାଲ ତଳେ ରହୁଛନ୍ତି ଏହି ୯ଟି ପରିବାରର ଲୋକେ ।

ସୂଚନା ଅଧିକାର ଆଇନ ବଳରେ ହିତାଧିକାରୀଙ୍କ ସହାୟତା ରାଶି ହଡ଼ପ ହୋଇଥିବା ଜଣାପଡ଼ିଛି । ଘରପୋଡ଼ି ବାବଦକୁ ବିପନ୍ନ ପରିବାରକୁ ସହାୟତା ରାଶି ମିଳିଥିବା ସୂଚନାରେ ଦର୍ଶାଯାଇଛି । କିନ୍ତୁ ବାସ୍ତବରେ ଟଙ୍କା ଟିଏ ମଧ୍ୟ ପାଇ ନାହାନ୍ତି ଏହି ପରିବାର ସଦସ୍ୟ । କେଉଁ ଅଧିକାରୀ ସେମାନଙ୍କ ଟଙ୍କା ହଡ଼ପ କରିଛନ୍ତି ତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏନେଇ ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଛନ୍ତି ଅଗ୍ନି ବିପନ୍ନ ପରିବାର ।