ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁରେ ସାଘାଂତିକ ଅଭିଯୋଗ ! ଜାମ୍ମୁ-କାଶ୍ମୀରରେ ହିଂସାତ୍ମକ କାର୍ଯ୍ୟକଳାପକୁ ବଢାଇବା ପାଇଁ ଲାଡେନଠାରୁ ନେଇଥିଲେ ଟଙ୍କା

31

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବଢାଇବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫ କୁକ୍ଷାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଠାରୁ ମୋଟା ରକମର ଟଙ୍କା ନେଇଥିବାର ଅଭିଯୋଗ ହୋଇଛି । ପାକିସ୍ଥାନୀ ନେତା ଇମରାନ ଖାନଙ୍କ ପାର୍ଟି ତହରିକ-ଏ- ଇନସାଫ ଏନେଇ ଅଭିଯୋଗ କରିଛି ।

ଦଳ ଅଭିଯୋଗ କରିଛି ଯେ, ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନଠାରୁ ସରିଫ ବିପୁଳ ପରିମାଣର ଟଙ୍କା ନେଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରୁଥିଲେ । ଏହି ଟଙ୍କା ସେ ତଥାକଥିତ ଜିହାଦୀମାନଙ୍କ ପାଇଁ ଖର୍ଚ କରୁଥିଲେ । କେବଳ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ନୁହଁ ବରଂ ପାକିସ୍ଥାନର ପୁର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ସରକାର ବିରୋଧରେ ବି ଏହି ଟଙ୍କା ବିନିଯୋଗ ହେଉଥିଲା ।