ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : କଟକ, ଭୁବନେଶ୍ୱରରେ ବି ମୂଷଳ ଧାରାରେ ବର୍ଷୁଛି; ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି

134

କନକ ବ୍ୟୁରୋ : ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲଘୁଚାପର ଲଗାଣ ପ୍ରଭାବ ଦେଖିବାକୁ ମିଳିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ମୂଷଳ ଧାରାରେ ବର୍ଷା ଲାଗି ରହିଛି ।

ଘଣ୍ଟାକୁ ୨ରୁ ୩ ସେମି ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଗତ ୨୪ଘଣ୍ଟାରେ କାକଟପୁରରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି ।