ଆଇଆଇଟି ବମ୍ବେର ୮୫ ଛାତ୍ରଙ୍କୁ ମିଳିଲା ୧ କୋଟି ଲେଖାଏଁ ପ୍ୟାକେଜର ଚାକିରୀ । ଆପଲ, ଗୁଗୁଲ ଭଳି କମ୍ପାନୀ ଦେଲେ ଅଫର

1,086

କନକ ବ୍ୟୁରୋ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବମ୍ବେର ୮୫ ଜଣ ଛାତ୍ରଛାତ୍ରୀଙ୍କୁ ଏକ କୋଟି ଲେଖାଏଁ ପ୍ୟାକେଜରେ ଚାକିରୀ ମିଳିଛି । ଆଇଆଇଟି ବମ୍ବେର କ୍ୟାମ୍ପସ୍ ପ୍ଲେସମେଣ୍ଟରେ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦରମାରେ ଚାକିରୀ ମିଳିଛି । କ୍ୟାମ୍ପସ ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୧୧୮୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନ ମିଳିଛି ।

ଏଥର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଅଫର ଦେଇଥିବା ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରହିଛି ଅକ୍ସେଞ୍ଜର, ଏୟାରବେସ୍, ଏୟାର ଇଣ୍ଡିଆ, ଆପଲ, ଆର୍ଥର.ଡି. ଲିଟିଲ, ବଜାଜ, ବାର୍କଲେଜ, କୋହେସିଟି, ଡା ଭିଞ୍ଚି, ଡିଏଚଏଲ୍, ଫୁଲଟର୍ନ, ଫ୍ୟୁଚର ଫାଷ୍ଟ, ଜିଇ-ଆଇଟିସି, ଗ୍ଲୋବାଲ ଏନର୍ଜି ଆଣ୍ଡ ଇନବାୟରନ୍ ଓ ଗୁଗଲ । ପ୍ରଥମ ପର୍ଯ୍ୟାୟ ପ୍ଲେସମେଣ୍ଟରେ ୩୮୮ ଟି କମ୍ପାନୀ ୧୩୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅଫର ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ଲେସମେଣ୍ଟ ପାଇଁ ୬୦ ପ୍ରତିଶତ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି ।

ଆଇଆଇଟି ବମ୍ବେର ଛାତ୍ରଛାତ୍ରୀଙ୍କୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଫର ଆସିଛି । ଜାପାନ, ତାଇୱାନ, ଦକ୍ଷିଣ କୋରିଆ, ନେଦରଲାଣ୍ଡ, ସିଙ୍ଗାପୁର ଓ ହଂକଂ ଭଳି ଦେଶରୁ ମୋଟ ୬୩ ପ୍ରତିଶତ ଅଫର ମିଳିଛି ।