ଦୁନିଆର ସବୁଠୁ କୁଲ୍ ଶାସକ ।  ସିଂହାସନ ଆରୋହଣ କରିବା ମାତ୍ରେ ୭୫,୦୦୦ ହତ୍ୟାକାରୀଙ୍କୁ ଜେଲରେ ଭର୍ତ୍ତି କରିଦେଲେ । ଲୋକମାନେ ବି ଖୁସ୍

313

ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେଙ୍କୁ ବିଶ୍ୱର ସବୁଠାରୁ ଶାନ୍ତ ଶାସକ ବୋଲି ବର୍ଣ୍ଣନା କରାଯାଇଛି । ତାଙ୍କ ନିଷ୍ପତି ସବୁ ସେ ଥଣ୍ଡା ମିଜାଜରେ ନିଅନ୍ତି ବୋଲି ତାଙ୍କୁ କୁଲ୍ ଶାସକ ବୋଲି ମଧ୍ୟ ଲୋକମାନେ କହିଥାନ୍ତି ।  ୨୦୧୯ ରେ ସିଂହାସନ ଗ୍ରହଣ କରିବା ପରେ ସେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ୭୫,୦୦୦ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ବୁକେଲଙ୍କ ଏହି କଠୋର ନିଷ୍ପତ୍ତି ୨୦୨୩ କୁ ଏଲ ସାଲଭାଡୋର ଇତିହାସରେ ସବୁଠାରୁ ସୁରକ୍ଷିତ ବର୍ଷ ବୋଲି ମନେ କରାଯାଏ ।

ମାର୍ଚ୍ଚ ୨୦୨୨ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରଠାରୁ ଏଲ ସାଲଭାଡୋରର ରାଷ୍ଟ୍ରପତିଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଶାସକ ଭାବରେ ବର୍ଣ୍ଣନା କରାଯାଉଛି ।  ସେ ଅପରାଧକୁ ଦମନ କରିବା ପାଇଁ ୭୫,୦୦୦ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରି ରଖିଛନ୍ତି ।

ବୁକେଲେଙ୍କ କାରଣରୁ ଗତ ବର୍ଷ ତାଙ୍କ ଦେଶରେ ହତ୍ୟା ହାରରେ ୯୪ ପ୍ରତିଶତ ହ୍ରାସ ଘଟିଛି । ଗତ ବର୍ଷ ଏହା କେବଳ ୧୫୪ ରେକର୍ଡ କରାଯାଇଥିଲା, ଯାହା ୨୦୧୭ ରେ ପ୍ରାୟ ୪୦୦୦ ଥିଲା ।

ହତ୍ୟାର ହାର ଜାହା ନଅ ବର୍ଷ ପୂର୍ବେ ପ୍ରତି ୧୦୦,୦୦୦ ରେ ୧୦୬ ଥିଲା ତାହା ଗତ ବର୍ଷ ୨.୪ କୁ ଖସି ଆସିଛି । ଏହା ପାଇଁ ୨୦୨୩ କୁ ଏଲ ସାଲଭାଡୋର ଇତିହାସର ସବୁଠାରୁ ସୁରକ୍ଷିତ ବର୍ଷ ବୋଲି କୁହାଯାଉଛି ।

ଏହି ଚାର୍ଟରୁ ଆପଣ ୨୦୧୭ ଠାରୁ ଏଲ ସାଲଭାଡୋରରେ ଅପରାଧ ହାରର ହ୍ରାସ ଦେଖି ଜାଣିପାରିବେ ।  ୨୦୨୩ ରେ ଏହା ମାତ୍ର ୧୫୪ ଅଟେ । ଯେ କୌଣସି ଦେଶ ପାଇଁ ଏହି ଚାର୍ଟ ଏକ ବଡ଼ ସଫଳତା ବୋଲି ଗଣାଯିବ ।

ଏହି ବନ୍ଦୀମାନଙ୍କୁ ଖାଲି ପାଦରେ ରହିବାକୁ ପଡିଥାଏ । ଏହାଛଡା ଏମାନଙ୍କୁ ଲୁହା ଖଟରେ ବିନା ଗଦିରେ ଶୋଇବାକୁ ମଧ୍ୟ ପଡିଥାଏ ।