କେନ୍ଦ୍ର ଘର ନଦେଲେ ମୁଖ୍ୟମନ୍ତ୍ରୀ ଦେବେ ଘର । ପ୍ରେସମିଟ୍ କରି କହିଲେ ସାଂସଦ ସସ୍ମିତ ପାତ୍ର । ଆବାସ ପ୍ରସଙ୍ଗରେ ବିଜେପିକୁ ଘେରିଲା ବିଜେଡି ।

202

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାକୁ ଆଉ ଘର ନଦେବା ପାଇଁ ଭିତିରିଆ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯୋଜନା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି । କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ୧୫ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଘର ଦେବେ ବୋଲି କହିଛନ୍ତି ସସ୍ମିତ ପାତ୍ର । ଏହାସହ ସେ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ସାଂସଦମାନେ ଓଡ଼ିଶା ଲୋକଙ୍କ ସହ ଖେଳିଛନ୍ତି । ଲୋକଙ୍କ ହକର ଘର ଅଟକାଯାଇଛି । ହିତାଧିକାରୀଙ୍କ ପାଇଁ ବଜେପି ସାଂସଦମାନେ ଷଡଯନ୍ତ୍ର କରିଛନ୍ତି । ଆବଶ୍ୟକ ୧୫ ଲକ୍ଷ ଘର ଷଡଯନ୍ତ୍ର କରି ବିଜେପି ସାଂସଦମାନେ କେନ୍ଦ୍ରର କହି ମାତ୍ର ୮ ଲକ୍ଷ ଘର ଦେଲେ । ହିତାଧିକାରୀ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ବିଜେଡି କହିଛି ଯେ, ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ସରକାର ଆବାସ ଦେଲେ ନାହିଁ । ହିତାଧିକାରୀଙ୍କ ପାଇଁ ୧୫ ଲକ୍ଷ ଘର ଆବଶ୍ୟକ ହେଉଥିବାବେଳେ, ମାତ୍ର ୮ ଲକ୍ଷ ଘର ଦେଲେ। ବିଜେପି ସାଂସଦ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଆଉ ଡ୍ରାମା କରୁଛନ୍ତି । ତେବେ ବିଜେପି ରାଜ୍ୟ ନେତୃତ୍ୱ ମାନେ କେନ୍ଦ୍ରକୁ ଯାଆନ୍ତୁ ଏବଂ ଗାଇଡ଼ଲାଇନ ପରିବର୍ତ୍ତନ କରିବାକୁ କୁହନ୍ତୁ । ଯଦି ତାଲିକାରେ କେହି ଅଯୋଗ୍ୟ ବ୍ୟକ୍ତିମାନେ ଅଛନ୍ତି ତେବେ ବିଜେପି ନେତା ମାନେ ହିଁ ଲିଷ୍ଟ ପ୍ରସ୍ତୁତ କରନ୍ତୁ ବୋଲି କହିବା ସହ ବିଜେପି ଉପରେ ବର୍ଷିଛି ଶାସକ ବିଜେଡି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକା ଏବଂ ନୂଆ ମାପଦଣ୍ଡ ଆସିବା ପରେ ବିବାଦ ବଢିବାରେ ଲାଗିଛି । ହିତାଧିକାରୀ ଚୟନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ବିଜେପି ବିକ୍ଷୋଭ ପଦର୍ଶନ କରିଛି । ଗଞ୍ଜାମ ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆବାସ ତାଲିକାର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ବୁଗୁଡା ବ୍ଲକ ଅଫିିସ ଘେରାଉ କରାଯାଇଛି । ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ପୁନଶ୍ଚ ଆବାସ ବଣ୍ଟନ କରିବାକୁ ଦାବି କରିଛି ବିଜେପି । ଏନେଇ ବିଜେପି ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।