ଆଜି ପୁରୀରେ ଗୋଶାଣୀ ଭଷାଣ ଉତ୍ସବ : ଖରାପ ପାଗ ଯୋଗୁଁ ଗତକାଲି ହୋଇପାରିନଥିଲା ମାଆଙ୍କ ମେଲାଣୀ

54

କନକ ବ୍ୟୁରୋ : ପାଗ ଭଲ ରହିଲେ ପୁରୀରେ ଅନୁଷ୍ଠିତ ହେବ ଗୋଶାଣୀ ଭଷାଣ ଉତ୍ସବ । ଲଗାଣ ବର୍ଷା ଯୋଗୁଁ ଗତକାଲି ଭଷାଣ ଉତ୍ସବ ବାତିଲ ହୋଇଥିଲା । ଆଜି ହୋଇପାରେ ଭଷାଣ ଉତ୍ସବ । ପାଗ ଖରାପ ଯୋଗୁଁ ମାଆଙ୍କ ଭଷାଣ ଉତ୍ସବ ପାଳିତ ହେବ ନା ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଗତକାଲି ଭଷାଣ ଉତ୍ସବକୁ ସ୍ଥଗିତ କରିବାକୁ ନିଷ୍ପତି ନିଆଯାଇଥିଲା ।

ଏଥିସହ ଆଜି ପାଗ ଶୁଖିଲା ରହିଲେ ମାଆଙ୍କ ଭଷାଣୀ ଉତ୍ସବ କରିବାକୁ ନିଷ୍ପତି ନିଆଯାଇଛି । ହେଲେ ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ହୋଇଥିବା ପୂଜା କମିଟି ବୈଠକରେ ଯୁକ୍ତି ରଖିଥିବା ଜଣାପଡିଛି । ପୁରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ମାଆଙ୍କ ମୃଣ୍ମୟ ମୂର୍ତିକୁ ବିସର୍ଜନ କରିବା ପାଇଁ ମଙ୍ଗଳାଘାଟରେ ପ୍ରଶାସନ ପକ୍ଷରୁ ଏକ କୃତ୍ରିମ ପୁଷ୍କରିଣୀ କରାଯାଇଛି । ଏଥିସହ ଶାନ୍ତି ଶୃଙ୍ଖଳାର ସହ ମାଆଙ୍କ ଭଷଣା ଶେଷ କରିବାକୁ ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ।