କଳାହାଣ୍ଡିରେ ଭୋଟ ପାଇଁ ଘରେ ପହଂଚିଛି ଭୋଟର ତାଲିକା, ହେଲେ ନାହାନ୍ତି ଭୋଟର । ସଂପର୍କୀୟ କହିଲେ, ଭିଟା ମାଟି ଛାଡି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଶ୍ରମିକ ।

71

କନକବ୍ୟୁରୋ: ଆସନ୍ତା ୧୩ ତାରିଖରେ କଳାହାଣ୍ଡି ଲୋକସଭା ଓ ୫ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ । ହେଲେ ପ୍ରତି ନିର୍ବାଚନ ଭଳ ଚଳିତ ନିର୍ବାଚନରେ ଜିଲ୍ଲାର ହଜାର ହଜାର ଭୋଟର ଭୋଟ ଦେବାରୁ ବଂଚିତ ହୋଇପାରନ୍ତି । ଲକ୍ଷାଧିକ ଲୋକ ପେଟ ପାଇଁ ରାଜ୍ୟ ବାହାରେ ଦାଦନ ଖଟୁଥିବାରୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ପଡିଥାନ୍ତି । ଚଳିତ ନିର୍ବାଚନରେ ମଧ୍ୟ ତାହା ହୋଇପାରେ ।

କାରଣ ଘରକୁ ଭୋଟର ତାଲିକା ଆସିଛି, କିନ୍ତୁ ଦାଦନ ଶ୍ରମିକର ଘରେ ତାଲା ଝୁଲୁଛି । ଜୟପାଟଣାର ଅନେକ ଗାଁରେ ଅନେକ ଘର ଏବେ ଲୋକଶୂନ୍ୟ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାରେ କାମଧନ୍ଦା ମିଳୁନଥିବାରୁ ଦଲାଲ ଠାରୁ ଆଗୁଆ ଟଙ୍କା ନେଇ ଦାଦନ ଶ୍ରମିକଙ୍କ ପୁରା ପରିବାର ଘର ଛାଡି ପରପାଖରେ ଖଟୁଛନ୍ତି । ସବୁ ଟଙ୍କା ପରିଶୋଧ ହେବା ପରେ ମାଲିକ ଛାଡ଼ିଥାନ୍ତି, ତେଣୁ ଦାଦନ ଶ୍ରମିକ ଘରକୁ ଆସି ଭୋଟ୍ ଦେବା ଭଳି ଜଣାପଡୁନାହିଁ ।

୨୦୧୯ରେ କଳାହାଣ୍ଡିର ମୋଟ ୧୧ ଲକ୍ଷ ୪୪ ହଜାର ୬୯୭ ଭୋଟର ଥିଲେ । ତେବେ ୮ ଲକ୍ଷ ୬୭ ହଜାର ୫୩୦ ଜଣ ମତଦାତା ମତଦାନ କରିଥିଲେ । ଯାହା ଶହେ ଭାଗରୁ ୭୬ ଭାଗ । ତେଣୁ ଜିଲ୍ଲାରେ ମତଦାନ ହାର ବୃଦ୍ଧି ପାଇଁ ଦାଦନ ଶ୍ରମିକ ଏକମାତ୍ର ବିକଳ୍ପ ବୋଲି ବୁଦ୍ଧିଜୀବୀ କହିଛନ୍ତି ।