ନେତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ବାହାରିଲା ଇଭିଏମ । କୋରାପୁଟ, ମାଲକାନଗିରି, ଗଜପତି ଓ ବ୍ରହ୍ମପୁରରେ ଦୂରରେ ଥିବା ମତଦାନ କେନ୍ଦ୍ରକୁ ଇଭିଏମ୍ ନେଇ ଗଲେ ପୋଲିଂ କର୍ମଚାରୀ ।

104

କନକବ୍ୟୁରୋ: ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡିରେ ମଧ୍ୟ ସୋମବାର ଦିନ ଭୋଟ ଦେବେ ଜନତା । ଉଭୟ ନିର୍ବାଚନ ମଣ୍ଡଳିର ୫୭୩ଟି କେନ୍ଦ୍ରରେ ମତଦାନ କରିବେ ୪ ଲକ୍ଷ ୬୩ ହଜାର ୪୬୭ ଭୋଟର ।

୮୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ କରାଯିବ । ୮୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଆଜି ମୋହନାର ମତଦାନ କେନ୍ଦ୍ରରୁ ଇଭିଏମ୍ ମେସିନ ପଠାଯାଇଛି ।

ମତଦାନ ଦାୟିତ୍ୱରେ ଥିବ ଅଧିକାରୀମାନେ ଇଭିଏମ୍ ଓ ଭିଭିପାଟ୍ ନେଇ ମତଦାନ କେନ୍ଦ୍ରକୁ ଯାଇଛନ୍ତି । ଆସନ୍ତାକାଲି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳିରେ ହୋଇଥିବା ୨୭୬ଟି ପୋଲିଂ ବୁଥ୍କୁ ପୋଲିଂ ସାମଗ୍ରୀ ପଠାଯିବ ବୋଲି ଗଜପତି ଜିଲ୍ଲପାଳ ସୂଚନା ଦେଇଛନ୍ତି ।